ଚିଟଫଣ୍ଡ ଜମାକାରୀ ଫେରିପାଇବେ ଟଙ୍କା

ରୋଜ ଭ୍ୟାଲି ଚିଟଫଣ୍ଡ ଜମାକାରୀ ମାନଙ୍କୁ ଟଙ୍କା ଫେରାଇବା ପାଇଁ କଟକସ୍ଥିତ ସ୍ୱତନ୍ତ୍ର ଚିଟଫଣ୍ଡ ଅଦାଲତ ଆଜି ଏକ ଗୁରୁତ୍ୱପୂର୍ଣୃୂ ରାୟ ଦେଇଛନ୍ତି । ଏବାବଦରେ ରାଜ୍ୟ ସରକାରଙ୍କୁ ୯୨କୋଟି ୮ଲକ୍ଷ ଟଙ୍କା ଦେବାକୁ ପଡିବ । ଏହି ରାୟ ଫଳରେ ମୋଟ ୨ଲକ୍ଷ ୩୮ହଜାର ୪୭୭ଜଣ ଜମାକାରୀ ଉପକୃତ ହେବେ । ୭ହଜାର ଟଙ୍କା ପର୍ଯ୍ୟନ୍ତ ଜମାକରିଥିବା ଜମାକାରୀମାନେ ସମ୍ପୁର୍ଣୃୂ ଅର୍ଥ ଫେରିପାଇବେ ଏବଂ ୭ ହଜାରରୁ ୧୦ ହଜାର ପର୍ଯ୍ୟନ୍ତ ଜମାକରିଥିବା ଲୋକ ମାନେ ୭ ହଜାର ଟଙ୍କା ସହ ବଳକା ଅର୍ଥର ୫୦ ଭାଗ ପାଇବେ । ଆରଆଇ ଓ ପଂଚାୟତ ସ୍ତରରେ ଚିହ୍ନଟ ଭିତିରେ ଅନଲାଇନ ଯୋଗେ ଏହି ଟଙ୍କା ଜମାକାରୀଙ୍କ ଆକାଉଣ୍ଟଙ୍କୁ ଯିବ ।

Share

Leave a Reply

Your email address will not be published. Required fields are marked *

20 + 9 =