ଓଡିଶାବାସୀଙ୍କୁ କରୋନା ସଚେତନତା ବାର୍ତ୍ତା ଦେଇ ଏମିତି କହିଲେ ସଲମାନ

ଭୁବନେଶ୍ୱର: ବଲିଉଡ ଅଭିନେତା ସଲମାନ ଖାନ ବୁଧବାର ଦିନ ଓଡିଆରେ ଓଡିଶାବାସୀଙ୍କୁ କରୋନା ସଚେତନତା ବାର୍ତ୍ତା ଦେଇଛନ୍ତି । ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ନିୟମକୁ କଡାକଡି ଭାବେ ପାଳନ କରିବାକୁ ସେ ଏକ ଭିଡିଓରେ କହିଛନ୍ତି ।

ସେ ଭିଡିଓରେ କହିଛନ୍ତି, “ମୋର ଓଡିଆ ଭାଇ ଓ ଭଉଣୀମାନଙ୍କୁ ସଲମାନର ନମସ୍କାର । ମୁଁ ନିକଟରେ ହକି ବିଶ୍ୱକପ ପାଇଁ ଓଡିଶା ଆସିଥିଲି । ଓଡିଶା ସରକାର କରୋନା ସଚେତନତା ପାଇଁ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି, ଦୟାକରି ତାହା ଆପଣ ପାଳନ କରନ୍ତୁ ।” ଏବଂ ସେ ଶେଷରେ ସେ ଓଡିଆରେ ‘କରୋନାକୁ କର ନା’ ବୋଲି କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

5 × four =