ବୋହୁ ହେଲେ ଅମ୍ବାନୀଙ୍କ ଝିଅ

ଦେଶର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଆମ୍ବାନୀଙ୍କ ଝିଅ ଇଶା ଆମ୍ବାନୀଙ୍କ ବାହାଘର ସମ୍ପନ୍ନ ହୋଇଛି । ମୁମ୍ବାଇ ସ୍ଥିତ ମୁକେଶ ଅମ୍ବାନୀଙ୍କ ବାସଭବନ ଆଂଟିଲିଆରେ ଏହି ହାଇପ୍ରୋଫାଇଲ ମ୍ୟାରେଜ କରାଯାଇଛି । ମୁକେଶ ଓ ନୀତା ଆମ୍ବାନୀଙ୍କ ଲାଡଲି ଇଶା ଆନନ୍ଦ ପିରାମିଲଙ୍କ ହାତ ଧରିଛନ୍ତି । ଇଶାଙ୍କ ବିବାହ କାର୍ୟ୍ୟକ୍ରମରେ ପାଖାପାଖି ୬ଶହ ଭିଭିଆଇପି ସାମିଲ ହୋଇଛନ୍ତି । ଏହି ରୟାଲ ୱେଂଡିରେ ବଲିଉଡର ସମସ୍ତ ଷ୍ଟାରକାଷ୍ଟ ସାମିଲ ହୋଇଥିଲେ ।
ଶାହରୁଖ ଖାନ୍, ଅମିର ଖାନଙ୍କ ସମେତ ଅମିତାଭ, ଐଶ୍ୱର୍ୟ୍ୟା, ଅଭିଶେକ, ପ୍ରୀୟଙ୍କା-ନିକ୍, ଦୀପିକା-ରଣବୀର ଓ ସଚିନ ତେନ୍ଦୁଲକର ପ୍ରମୁଖ ଏହି ବିବାହରେ ସାମିଲ ହୋଇଥିଲେ । ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜିଙ୍କୁ ମଧ୍ୟ ଏହି ବିବାହ ଉତ୍ସବରେ ଦେଖିବାକୁ ମିଳିଥିଲା । ବିବାହ ପୂର୍ବରୁ ଗତ ୮ରୁ ୧୦ ତାରିଖ ଦୁଇ ଦିନ ଧରି ଉଦୟପୁରରେ ପ୍ରିୱେଡିଂ ପାର୍ଟି ରଖାଯାଇଥିଲା । ମେହେନ୍ଦିଠୁ ଆରମ୍ଭ କରି ସଙ୍ଗୀତ କାର୍ୟ୍ୟକ୍ରମ ବେଶ ଧୂମଧାମରେ ପାଳିତ ହୋଇଥିଲେ ।

Share

Leave a Reply

Your email address will not be published. Required fields are marked *

15 − 3 =