ଲୁଚିଲେ ମେୟର ଓ ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ବର () କିଛି ବର୍ଷ ତଳେ ଭୁବନେଶ୍ବର ଏକ ନମ୍ବର ସ୍ମାର୍ଟ ସିଟିର ମାନ୍ୟତା ପାଇଲା ବୋଲି ଭୁବନେଶ୍ବର ମହାନଗର ନିଗମ କାର୍ଯ୍ୟାଳୟରେ ମେୟର ନିଜ ସହଯୋଗୀଙ୍କ ସହ କେକ୍ କାଟି ଉତ୍ସବ ମନାଇଲେ  । କେତେ ଗର୍ବ ଆଉ ଅହଂକାରରେ ରାଜଧାନୀର ବିଭିନ୍ନ ସ୍ଥାନରେ ବଡ ବଡ ହୋର୍ଡିଂ ମରାଗଲା । ହେଲେ ସେହି ସ୍ମାର୍ଟ ସିଟିର ସ୍ମାର୍ଟନେସ୍ ଏବେ ପଦାରେ ପଡିଛି । ଭଲ ଦି ଅସରା ବର୍ଷାରେ ରାଜଧାନୀରେ ସୃଷ୍ଟି ହୋଇଛି ବନ୍ୟା । ମୁଖ୍ୟରାସ୍ତାରୁ ଲୋକଙ୍କ ଘର ଭିତରେ ବନ୍ୟାପାଣି ପଶିଲା  । ଗାଡି ମଟର ଭଷିଗଲା । ଗାଁ ବରି ସହରରେ ବି ବନ୍ୟାପାଣିରେ ଲୋକେ ମାଛି ଧରିଲେ ।

https://www.youtube.com/watch?v=wVHdnwSVCvM

ଘର ଭିତରେ ପାଣି, ଆପାର୍ଟମେଣ୍ଟରେ ପାଣି, ଡ୍ରେନରେ ପାଣି ଯାଉନି, ପ୍ରାକୃତିକ ଜଳ ନିଷ୍କାସନ ପଥ ଅବରୋଧ, ମନ୍ଦିର ଭିତରେ ଡ୍ରେନ ପାଣି, ଭୁବନେଶ୍ବରରେ ଲୋକେ ଘଣ୍ଟା ଘଣ୍ଟା ଧରି ଜଳବନ୍ଦୀ ହୋଇ ରହିବା ଏବଂ ତାଙ୍କୁ ଓଡ୍ରାଫ ଟିମ ଉଦ୍ଧାର କରିବା, ଗାଡି ମଟର ବର୍ଷା ପାଣିରେ ଭାଷିବା ବୋଧହୁଏ ଏହା ହେଉଛି ଆମ ସ୍ମାର୍ଟ ସିଟିର ସ୍ମାର୍ଟ ଦୃଶ୍ୟ  ।

https://www.youtube.com/watch?v=a0QAAP-_PM4

ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, ବର୍ଷାରେ ରାଜଧାନୀର ସ୍ଥିତି ବେହାଲ ହୋଇଥିବା ବେଳେ ମେୟର ଅନନ୍ତ ନାରାୟଣ ଜେନାଙ୍କ ଦେଖା ଦର୍ଶନ ମିଳିନି । ଦିନ ତମାମ ବର୍ଷାରେ ଭିଜି ଭିଜି ବିଭିନ୍ନ ସ୍ଥାନରେ ସ୍ଥାନୀୟ ବିଧାୟକମାନେ ଲୋକଙ୍କ ଶୁଖଦୁଃଖ ବୁଝିଲେ, କେଉଁଠି ରନ୍ଧା ଖାଦ୍ୟ ଦେଲେ ତ କେଉଁଠି ପଲିଥିନ ଦେଲେ  । ହେଲେ ମେୟର ଘରୁ ବାହାରିଲେ ନାହିଁ  । ମେୟରଙ୍କ ଠାରୁ ଆହୁରି ଦକ୍ଷ ଆଉ ଚତୁର ହେଉଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ନିରଂଜନ ପୂଜାରୀ  । ସେ ଭୁବନେଶ୍ବରରେ ନରହି ନିଜ ନିର୍ବାଚନମଣ୍ଡଳୀକୁ ଚାଲିଯାଇଥିଲେ । ରାଜଧାନୀରେ ବସି ପୂରା ରାଜ୍ୟର ବିଭିନ୍ନ ସହରାଞ୍ଚଳର ସ୍ଥିତି ସମୀକ୍ଷା କରି ଅଧିକାରୀଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେବା ପରିବର୍ତ୍ତେ ସବୁ ଦାୟିତ୍ବରୁ ମୁଣ୍ଡ ଖସେଇ ଦେଇ ରହିଗଲେ । ଏହା ହେଉଛି ଆମ ନଗର ଉନ୍ନୟନ ମନ୍ତ୍ରୀଙ୍କ ଦାୟିତ୍ବବୋଧ ଓ 10 ବର୍ଷର ମେୟରଙ୍କ ମହାନଗର ନିଗମ ବାସିନ୍ଦାଙ୍କ ପ୍ରତି ଉତ୍ତରଦାୟିତ୍ବ ବୋଧ । ଏମାନଙ୍କ ହାତରେ ଶାସନ ଡୋରୀ ଟେକି ଦେଇ ମୁଖ୍ୟମନ୍ତ୍ରୀ ଦେଖିଥିବା ସ୍ବପ୍ନ ସାକାର ହେବ ତ?

Share

Leave a Reply

Your email address will not be published. Required fields are marked *

eighteen + 17 =