ଲୋକାର୍ପିତ ହେଲା ବମିଖାଲ ଫ୍ଲାଏଓଭର

ଭୁବନେଶ୍ବର () ଉଦଘାଟିତ ହେଲା ବହୁ ପ୍ରତୀକ୍ଷିତ ବମିଖାଲ ଓଭରବ୍ରିଜ । ୪୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ବ୍ରିଜକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି । ଲୋକାର୍ପଣ ପରେ ମୁଖ୍ୟମନ୍ତ୍ରୀ ନିଜେ ଓଭରବ୍ରିଜକୁ ବୁଲି ଦେଖିଛନ୍ତି । ଆଜିର ଲୋକାର୍ପଣ ଉତ୍ସବ ପାଇଁ ବ୍ରିଜର ଚର୍ତୁପାଶ୍ୱର୍କୁ ରଙ୍ଗୀନ ଆଲୋକ ମାଳାରେ ସୁସଜ୍ଜିତ କରାଯାଇଥିବା ଦେଖିବାକୁ ମିଳିଛି ।

ଏହି ଓଭରବ୍ରିଜ ନିର୍ମାଣ ପରେ ବମିଖାଲ ଲେବୁଲ କ୍ରସିଂ ପାର ହେବାକୁ ଲୋକଙ୍କୁ ଆଉ ଅପେକ୍ଷା କରିବାକୁ ପଡିବନି । କଳ୍ପନା ପଟୁ ଆସୁଥିବା ଯାତ୍ରୀ ସିଧାସଳଖ ସହିଦନଗର ଯାଇପାରିବେ । ସହିଦନଗର ପଟୁ ମଧ୍ୟ ରସୁଲଗଡ କିମ୍ବା କଟକ ଯିବାକୁ ଥିବା ଯାତ୍ରୀମାନେ ମଧ୍ୟ ଏହି ଫ୍ଲାଏଓଭର ଜରିଆରେ ବିନା କୌଣସି ପ୍ରତିବନ୍ଧକରେ ଯାଇପାରିବେ । ବ୍ରିଜର ଦୁଇ ପାର୍ଶ୍ବ ରାସ୍ତାକୁ ମଧ୍ୟ ଚଉଡା କରାଯାଇଛି । ଫଳରେ କଟକ ରୋଡରେ ସବୁ ସମୟରେ ଟ୍ରାଫିକ ଜାମର ଯେଉଁ ସମସ୍ୟା ରହୁଥିଲା ତାହା ମଧ୍ୟ ଦୂର ହୋଇଛି ।

1541 କିଲୋ ମିଟର ଲମ୍ବା ଏହି ପ୍ଲାଏଓଭର ନିର୍ମାଣ ପାଇଁ ମୋଟ 44 କୋଟି 10 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ଏହି ଫ୍ଲାଏଓଭର ସହ ସହିଦନଗର ପଟକୁ 890 ମିଟରର ଆପ୍ରୋଚ ରୋଡ ନିର୍ମାଣ କରାଯାଇଛି । ସେହିଭଳି କଳ୍ପନା ଓ ରସୁଲଗଡ ପଟକୁ ମଧ୍ୟ 1340 ମିଟରର ଆପ୍ରୋଚ ରୋଡ ହୋଇଛି ।

ବହୁପ୍ରତୀକ୍ଷିତ ଏହି ବମିଖାଲ ଓଭରବ୍ରିଜକୁ ୨୦୧୨ ମସିହାରୁ କାର୍ଯ୍ୟ ଆରମ୍ଭ ହୋଇଥିଲା । ଯେଉଁଥିରେ ବାରମ୍ବାର ତ୍ରୁଟି ଦେଖାଯାଇଥିଲା । ସବୁଠାରୁ ବଡ଼ କଥା ହେଲା ଯେ ଏହି ବ୍ରିଜ୍ ଦୁଇ ଥର ଭଷୁଡ଼ିଥିଲା । ଏଥିରେ ଜଣେ ଲୋକ ମୃତ୍ୟୁ ହୋଇଥିଲା, ଯାହା ସାରା ରାଜ୍ୟରେ ଚହଳ ପକାଇଥିଲା । ଏହାପରେ ବ୍ରିଜ ନିର୍ମାଣ ଦାୟିତ୍ୱରେ ଥିବା ଠିକା ସଂସ୍ଥା ପଣ୍ଡା ଇନଫ୍ରାକୁ ରାଜ୍ୟ ସରକାର ବ୍ଲାକ ଆଉଟ କରିଥିଲେ ସରକାର । ପରେ ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ଏହି ଓଭରବ୍ରିଜ କାମ ହାତକୁ ନେଇଥିଲା । ଯାହାକି  ଦୀର୍ଘ ୭ ବର୍ଷ ପରେ ଶେଷ ହୋଇଛି ।

Share

Leave a Reply

Your email address will not be published. Required fields are marked *

3 × 2 =