ବିବାହ ବନ୍ଧନରେ ବାନ୍ଧି ହେବେ କ୍ୟାଟ୍ରିନା

ମୁମ୍ବାଇ() ବାହା ହେବେ କ୍ୟାଟ୍ରିନା କୈଫ । ଲଗାତାର ଭାବେ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଓ ଅଭିନେତା ଭିକି କୌଶଲ୍ଙ୍କୁ ଏକା ସହ ଦେଖିବାକୁ ମିଳୁଛି।

 

ସୂଚନା ଅନୁସାରେ, ଉଭୟ ଷ୍ଟାର ପରସ୍ପରଙ୍କୁ ଡେଟ୍ କରୁଛନ୍ତି। ଅବଶ୍ୟ ଏନେଇ ଦୁହେଁ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ଏବେ ଭିକି ଓ କ୍ୟାଟ୍ଙ୍କର ଏକ ନୂଆ ଫଟୋ ଚର୍ଚ୍ଚାରେ ଅଛି। ଅଲ୍ଲୀ ଅବ୍ବାଜ ଜଫରଙ୍କ ଜନ୍ମଦିନ ପାର୍ଟିରେ ଉଭୟଙ୍କୁ ଏକା ସହ ସ୍ପଟ୍ କରାଯାଇଥିଲା। ଏହି ପାର୍ଟିରେ ଅନେକ ସେଲିବ୍ରିଟି ସାମିଲ ଥିଲେ।

 

ସମସ୍ତଙ୍କ ନଜର ଭିକି ଓ କ୍ୟାଟ୍ରିନାଙ୍କ ଉପରେ ଥିଲା। ପାର୍ଟିର ଫଟୋ ଇନ୍ଷ୍ଟାରେ ସେୟାର କରାଯାଇଛି।
ହରଲୀନ ଓ ଭିକିଙ୍କ ବ୍ରେକ୍ଅପର କାରଣ କ୍ୟାଟ୍ରିନା ବୋଲି କିଛି ଜଣଙ୍କଠାରୁ ଶୁଣାଯାଇଥିଲା। ଏଯାଏଁ ସ୍କ୍ରିନ୍ରେ ଭିକି ଓ କ୍ୟାଟ୍ରିନାଙ୍କୁ ଏକା ସହ ଦେଖାଯାଇନାହିଁ। ‘କଫି ୱିତ୍ କରନ’ ଶୋ’ର ଏକ ଏପିସୋଡ୍ରେ କ୍ୟାଟ୍ରିନା ଓ ବରୁନଙ୍କୁ ଏକା ସହ ଡକାଯାଇଥିଲା। ସେଠାରେ କ୍ୟାଟ୍ କହିଥିଲେ ଯେ, ସ୍କ୍ରିନ୍ରେ ତାଙ୍କର ଓ ଭିକିଙ୍କ ଯୋଡି ବହୁତ ଭଲ ଲାଗିବ।

Share

Leave a Reply

Your email address will not be published. Required fields are marked *

fourteen − twelve =