ନୂଆ ୭ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର

ଭୁବନେଶ୍ୱର() ରାଜ୍ୟରେ ୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ସୁନ୍ଦରଗଡ଼ରୁ ୪ରୁ ଓ ଭଦ୍ରକ ଜିଲ୍ଲାରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟ୍‌ରେ ଏହି ସୂଚନା ଦିଆଯାଇଛି ।

ଭଦ୍ରକର ୩ ଆକ୍ରାନ୍ତଙ୍କ ସମ୍ପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ୩ ଆକ୍ରାନ୍ତଙ୍କ ମଧ୍ୟରୁ ବାସୁଦେବପୁର ବ୍ଲକର ୨ ଜଣ ଓ ବନ୍ତ ବ୍ଲକରୁ ଜଣେ ଚିହ୍ନଟ ହୋଇଛନ୍ତି। ସମସ୍ତ ୩ ଆକ୍ରାନ୍ତ ପୁରୁଷ ହୋଇଥିବା ବେଳେ ସେମାନଙ୍କର ପଶ୍ଚିମବଙ୍ଗ ଲିଙ୍କ୍ ଥିବା ସୂଚନା ମିଳିଛି। ସେମାନଙ୍କ ବୟସ ଯଥାକ୍ରମେ ୪୫, ୨୮ ଓ ୨୯ ବର୍ଷ ।

ଅପରପକ୍ଷେ ରାଉରକେଲାର ୪ ଆକ୍ରାନ୍ତଙ୍କ ମଧ୍ୟରୁ ୨ ମହିଳା ଓ ୨ ପୁରୁଷ । ସେମାନଙ୍କ ମଧ୍ୟରୁ ୨ ମହିଳାଙ୍କ ବୟସ ଯଥାକ୍ରମେ ୫୫ ଓ ୩୫ ବର୍ଷ ହୋଇଥିବା ବେଳେ ୨ ପୁରୁଷଙ୍କ ବୟସ ୩୮ ଓ ୨୭ ବର୍ଷ ବୋଲି ଜଣାପଡ଼ିଛି। ଏ ନେଇ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ବର୍ତ୍ତମାନ ସୁଦ୍ଧା ସୁନ୍ଦରଗଡ଼ରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଓ ଭଦ୍ରକରେ ୧୯କୁ ବୃଦ୍ଧି ପାଇଛି।

Share

Leave a Reply

Your email address will not be published. Required fields are marked *

6 − one =