ବିଜେଡି ଛାଡିଲେ ସାଂସଦ ବଳଭଦ୍ର

ବିଜେଡିରୁ ଇସ୍ତଫା ଦେଲେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ । ଦଳ ଅଣଦେଖା କରିବାରୁ ବଳଭଦ୍ର ବିଜେଡିରୁ ଇସ୍ତଫା ଦେଇଛନ୍ତି ବୋଲି କହିଛନ୍ତି ବଳଭଦ୍ର । ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବଙ୍କୁ ଭେଟି ବଳଭଦ୍ର ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ନିର୍ବାଚନ ପୂର୍ବରୁ ବଳଭଦ୍ରଙ୍କ ଇସ୍ତଫା ବିଜେଡିକୁ ବଡ ଝଟକା ଦେଇଛି ।

ମୁଖ୍ୟମନ୍ତ୍ରୀଙ୍କ ସହ ମୋତେ ଭେଟ କରିବାକୁ ସୁଯୋଗ ଦିଆଗଲାନି ବୋଲି କହିଛନ୍ତି ବଳଭଦ୍ର ।ତେବେ ବଳଭଦ୍ର କେଉଁ ଦଳକୁ ଯିବେ ତାହା ଏଯାଏଁ ସ୍ପଷ୍ଟ କରିନାହାନ୍ତି ।ଏପରିକି କୌଣସି ଦଳ ସହ ସେ ଯୋଗାଯୋଗରେ ନାହାନ୍ତି । ମୁଖ୍ୟମନ୍ତ୍ରୀ ବେଶ ଭଲ କାମ କରିଛନ୍ତି । ନବୀନ ମୋ ଆଦର୍ଶ ବୋଲି କହିଛନ୍ତି ବଳଭଦ୍ର । ପ୍ରଥମ ପର୍ୟ୍ୟାୟରେ ନବରଙ୍ଗପୁର ଲୋକସଭା ଆସନ ପାଇଁ ମତଦାନ ହେବାକୁ ଥିବା ବେଳେ ବଳଭଦ୍ର କେଉଁ ଦଳକୁ ଯିବେ ତାହା ଖୁବ ଶୀଘ୍ର ସ୍ପଷ୍ଟ ହୋଇଯିବ ।

Share

Leave a Reply

Your email address will not be published. Required fields are marked *

14 − 13 =