ନିରଞ୍ଜନ ଓ ତାଙ୍କ ପୁଅ କଂଗ୍ରେସ ଭବନକୁ ବାଉନ୍ସର ଆଣିଥିଲେ

ଭୁବନେଶ୍ୱର() ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିଜେ କଂଗ୍ରେସ ଭବନକୁ ବାଉନ୍ସର ଆଣିଥିଲେ । କେବଳ ସେ ନୁହନ୍ତି ତାଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ବି ବାଉନ୍ସର ଆଣିଥିଲେ । ଆଉ ଏକ୍ଷେତ୍ରରେ ନିଜେ ତଦନ୍ତ ପାଇଁ କମିଟି ଗଠନ କରିବା ହାସ୍ୟାସ୍ପଦ ଓ ନିନ୍ଦନୀୟ ବୋଲି ଛାତ୍ର କଂଗ୍ରେସର ପୂର୍ବତନ ଆବାହକ ଇତୀଶ ପ୍ରଧାନ କହିଛନ୍ତି ।

ବାଉନ୍ସର ଘଟଣାକୁ ନେଇ କମିଟି ଗଠନ କରାଯିବା ଚୋର ହାତରେ ଚାବି କାଠି ଭଳିି ଇତୀଶ କହିଛନ୍ତି । ଯିଏ ବାଉନ୍ସର ଆଣିଥିଲେ ସିଏ କମିଟି ଗଠନ ନିଦେ୍ର୍ଧଶ ଦେବା ଅର୍ଥ ତଦନ୍ତ କରାଇବା ନୁହେଁ । ନିଜ ଉପରୁ କଳଙ୍କ ଛଡ଼ାଇବା ପାଇଁ ଏହା ଏକ ଅପଚେଷ୍ଟା ବୋଲି ଇତିଶ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ତଳେ ଅନୁଷ୍ଠିତ ହୋଇଥିବା ନିର୍ବାଚନ ପରବର୍ତ୍ତୀ ସମୀକ୍ଷା ବୈଠକରେ ଦୁଇ ଗୋଷ୍ଠୀ ମଧ୍ୟରେ କଥା କଟାକଟିରୁ ଦେଖାଦେଇଥିଲା ଉତ୍ତେଜନା । ଏପରିକି କଂଗ୍ରେସ ଭବନ ପରିସରରେ ଦୁର୍ବ୍ୟବହାର ପ୍ରତିବାଦରେ ଛାତ୍ର କଂଗ୍ରେସର ପୂର୍ବତନ ଆବାହକ ଇତିଶ ପ୍ରଧାନ ତାଙ୍କ ସମର୍ଥକଙ୍କ ସହ ଧାରଣା ଦେଇଥିଲେ । ଏହାପରେ କଂଗ୍ରେସ ଭବନ ପରିସର ମଧ୍ୟରେ ଗଣ୍ଡଗୋଳ ଆଶଙ୍କା କରି ବାଉନସରଙ୍କୁ ନିୟୋଜିତ କରାଯାଇଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା ।

Share

Leave a Reply

Your email address will not be published. Required fields are marked *

nineteen − eleven =