କଗ୍ରେଂସ ନେତା ଓସ୍କାର ଫର୍ଣ୍ଣାଣ୍ଡେଜଙ୍କ ବିୟୋଗ

ବାଙ୍ଗାଲୋର: ବରିଷ୍ଠ କଂଗ୍ରେସ ନେତା ଓସ୍କାର ଫର୍ଣ୍ଣାଣ୍ଡେଜଙ୍କ ପରଲୋକ । ମେଡିକାଲରେ ଚିକିତ୍ସିତ ହେଉଥିବାବେଳେ ଆଜି ତାଙ୍କର ବିୟୋଗ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା । ତାଙ୍କ ମୃତ୍ୟୁରେ କଂଗ୍ରେସରେ ଶୋକର ଛାୟା ଖେଳିଯାଇଛି । ମେଙ୍ଗାଲୁରୁ ପୁଲିସ ପକ୍ଷରୁ ତାଙ୍କ ମୃତ୍ୟୁ ଖବର ନିଶ୍ଚିତ କରାଯାଇଛି ।

ଫର୍ଣ୍ଣାଣ୍ଡେଜ ୧୯୭୫-୭୬ରେ ଉଡୁପିର କାଉନସିଲର ଭାବେ ନିଜର ରାଜନୀତିକ କ୍ୟାରିୟର ଆରମ୍ଭ କରିଥିଲେ। ୧୯୮୦ ମସିହାରେ ସେ ଉଡୁପିରୁ ପ୍ରଥମଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ସେ ଏହି ନିର୍ବାଚନ ମଣ୍ଡଳୀରୁ କ୍ରମାଗତ ୫ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ପ୍ରଥମେ ୧୯୮୦, ଏହାପରେ ୧୯୮୪, ୧୯୮୯, ୧୯୯୧ ଓ ୧୯୯୬ରେ ସେ ଲୋକସଭାକୁ ଯାଇଥିଲେ।

୧୯୮୪ରୁ ୧୯୮୫ ଯାଏ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ସଂସଦୀୟ ସଚିବ ଭାବେ କାର‌୍ୟ୍ୟ କରିଥିଲେ। ତାଙ୍କୁ କଂଗ୍ରେସର ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ଅତ୍ୟନ୍ତ ବିଶ୍ୱସ୍ତ ବୋଲି କୁହାଯାଏ।
୧୯୯୯ରେ ସେ ଲୋକସଭା ନିର୍ବାଚନରେ ହାରିଥିଲେ ମଧ୍ୟ କଂଗ୍ରେସ ପକ୍ଷରୁ ତାଙ୍କୁ ରାଜ୍ୟସଭାକୁ ପଠାଯାଇଥିଲା। ୨୦୦୪ରେ ମନମୋହନ ସିଂହଙ୍କ ସରକାର ସମୟରେ ସେ ଏକାଧିକ ବିଭାଗର ରାଷ୍ଟ୍ରମନ୍ତ୍ରୀ ଭାବେ କାର‌୍ୟ୍ୟ କରିଥିଲେ। ୨୦୧୩ରେ ସେ ସଡ଼କ ଓ ପରିବହନ ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ। ଆଜି ତାଙ୍କ ବିୟୋଗରେ ଅନେକ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

Share

Leave a Reply

Your email address will not be published. Required fields are marked *

four − 3 =