ପ୍ରାଥମିକତା ଭିତ୍ତିରେ କୃଷି ଓ ଆନୁଷଙ୍ଗିକ କୃଷି କ୍ଷେତ୍ରକୁ ବ୍ୟାଙ୍କମାନେ ଋଣ ପ୍ରଦାନ କରନ୍ତୁ 

ଭୁବନେଶ୍ୱର () କୃଷିର ଉନ୍ନତି ଓ କୃଷକମାନଙ୍କ ଆୟ ବୃଦ୍ଧି ନିମନ୍ତେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଅଧିକରୁ ଅଧିକ ଋଣ ପ୍ରଦାନର ଆବଶ୍ୟକତା ରହିଛି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର  କୃଷକମାନଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ଲକ୍ଷ୍ୟ ରଖିଥିବାବେଳେ ବ୍ୟାଙ୍କଗୁଡ଼ିକ କୃଷି ସମ୍ବନ୍ଧୀୟ ଋଣ ଆବେଦନଗୁଡ଼ିକ ମଂଜୁର କରିବା ଦିଗରେ ତକ୍ସଊରତା ପ୍ରକାଶ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି ।

କୃଷି କ୍ଷେତ୍ରରେ ଋଣ ପ୍ରଦାନକୁ ତ୍ୱରାନ୍ୱିତ କରିବା ପରିପ୍ରେକ୍ଷୀରେ ଆଜି କୃଷି ଭବନଠାରେ ବ୍ୟାଙ୍କର୍ସମାନଙ୍କର ଏକ ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଡ. ସାହୁ କୃଷି କ୍ଷେତ୍ରକୁ ପ୍ରାଥମିକତା ଭିତ୍ତିରେ ଋଣ ଯୋଗାଇଦେବା ପାଇଁ କହିଥିଲେ । ଯୁବକଯୁବତୀମାନଙ୍କ ନିମନ୍ତେ କୃଷି ଓ ଆନୁଷଙ୍ଗିକ କୃଷି କ୍ଷେତ୍ରରେ ଆତ୍ମନିଯୁକ୍ତିର ପର୍ଯ୍ୟାପ୍ତ ସୁଯୋଗ ଥିବାରୁ ବ୍ୟାଙ୍କ୍‌ମାନେ ଆବଶ୍ୟକୀୟ ଋଣ ଯୋଗାଇଦେବା ଆବଶ୍ୟକ । ମତ୍ସ୍ୟଚାଷ, ଗୋପାଳନ, ଉଦ୍ୟାନକଷୃି ଏବଂ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ କୃଷି ଋଣ ପାଇଁ କରିଥିବା ଆବେଦନଗୁଡ଼ିକ ଉପରେ ବ୍ୟାଙ୍କମାନେ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମନ୍ତ୍ରୀ ଡ. ସାହୁ ବ୍ୟାଙ୍କ ପ୍ରତିନିଧିମାନଙ୍କୁ କହିଥିଲେ । ବ୍ୟାଙ୍କର ଶାଖାଗୁଡ଼ିକରେ ପଡ଼ି ରହିଥିବା ଆବେଦନଗୁଡ଼ିକ ସଂପର୍କରେ ବ୍ୟାଙ୍କର ରିଜିଓନାଲ୍‌ ମ୍ୟାନେଜରମାନେ ନିୟମିତ ସମୀକ୍ଷା କରି ବକେୟା ପଡ଼ି ରହିଥିବା ଆବେଦନ ଉପରେ ନିଷ୍ପତ୍ତି ନେବା ପାଇଁ ମନ୍ତ୍ରୀ ଡ. ସାହୁ କହିଥିଲେ ।

ଏଥିସହିତ ମତ୍ସ୍ୟ, ଉଦ୍ୟାନ କୃଷି, ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ଏବଂ ଆପିକଲର ନିର୍ଦ୍ଦେଶକମାନେ ନିଜ ନିଜ ସ୍ତରରେ ପ୍ରତି ମାସରେ ବ୍ୟାଙ୍କ ପ୍ରତିନିଧିମାନଙ୍କ ସହିତ ବୈଠକ କରି ଋଣ ପ୍ରଦାନର ଅଗ୍ରଗତି ସଂପର୍କରେ ସମୀକ୍ଷା କରବି । ପାଇଁ ମନ୍ତ୍ରୀ ଡ. ସାହୁ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ ପ୍ରତି ବ୍ୟାଙ୍କ୍‌ ଶାଖାରେ ପଡ଼ିରହିଥିବା ଆବେଦନ ସଂପର୍କରେ ସଂପୂର୍ଣ୍ଣ ତଥ୍ୟ ସଂଗ୍ରହ କରି ବ୍ୟାଙ୍କର ଆଞ୍ଚଳିକ କାର୍ଯ୍ୟାଳୟକୁ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପ୍ରେରଣ କରିବା ପାଇଁ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ରାଜ୍ୟ ସରକାରଙ୍କ ଦ୍ୱାରା କୃଷି ଓ ଆନୁଷଙ୍ଗିକ କୃଷି କ୍ଷେତ୍ରର ଉନ୍ନତି ନିମନ୍ତେ ବିଭିନ୍ନ ଯୋଜନାରେ ସବ୍‌ସିଡି ବ୍ୟବସ୍ଥା କରିଥିବାବେଳେ ଏ କ୍ଷେତ୍ରରେ ଆବେଦନକାରୀମାନଙ୍କୁ ଋଣ ପ୍ରଦାନ ସହିତ ଠିକ୍‌ ସମୟରେ ସବ୍‌ସିଡ଼ି ପ୍ରଦାନ କରିବା ନିମନ୍ତେ ସେ କହିଥିଲେ । ଏଥିସହିତ ବ୍ୟାଙ୍କ ଶାଖାଗୁଡ଼ିକୁ ବିଭିନ୍ନ ସରକାରୀ ଯୋଜନା ସଂପର୍କରେ ସଚେତନ କରିବାର ଆବଶ୍ୟକତା ସଂପର୍କରେ ମନ୍ତ୍ରୀ ଡ. ସାହୁ କହିଥିଲେ ।

ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ ଋଣ ଆବେଦନର ସ୍ଥିତି ସଂପର୍କରେ ସମୀକ୍ଷା କରି ରାଜ୍ୟରେ କୃଷି ଋଣ ପ୍ରଦାନ କ୍ଷେତ୍ରରେ ବ୍ୟାଙ୍କଗୁଡ଼ିକ ଆବେଦନଗୁଡ଼ିକର ଯାଞ୍ଚ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ଏ ଦିଗରେ ତୁରନ୍ତ ନିଷ୍ପତ୍ତି ନେବା ଆବଶ୍ୟକ ବୋଲି କହିଥିଲେ । ବୈଠକରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଆର୍‌. ରଘୁପ୍ରସାଦଙ୍କ ସମେତ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ, ମତ୍ସ୍ୟ, ଉଦ୍ୟାନ କୃଷି, ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସାଳୟ ଓ ଆପିକଲର ନିର୍ଦ୍ଦେଶକ, ଭାରତୀୟ ରିଜର୍ଭ ବ୍ୟାଙ୍କ, ନାବାର୍ଡ ଏବଂ ସରକାରୀ ଓ ବେସରକାରୀ ବ୍ୟାଙ୍କଗୁଡ଼ିକର ବରିଷ୍ଠ ଅଧିକାରୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Share

Leave a Reply

Your email address will not be published. Required fields are marked *

two × two =