ବୁଲବୁଲ କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ରାଜନଗରରେ ପହଞ୍ଚିଲେ କେନ୍ଦ୍ରୀୟ ଟିମ

କେନ୍ଦ୍ରପଡା() ବୁଲବୁଲ କ୍ଷୟକ୍ଷତି ପାଇଁ କେନ୍ଦ୍ରୀୟ ଅନୁଧ୍ୟାନକାରୀ ଦଳ ଆଜି ରାଜନଗରରେ ପହଂଚିଛନ୍ତି । ସେମାନେକ୍ଷତିଗ୍ରସ୍ତ ଅଂଚଳ ବୁଲି ଦେଖିଛନ୍ତି । ଗତକାଲି ଏହି ଦଳ ଚାନ୍ଦବାଲି ଓ ଧାମରା ଅଂଚଳର କ୍ଷୟକ୍ଷତି ଅନୁଧ୍ୟାନ କରିଛନ୍ତି । ଏହି ଅନୁଧ୍ୟାନକାରୀ ଦଳ ୨ଟି ଭାଗରେ ବିଭକ୍ତ ହୋଇ କ୍ଷତିଗ୍ରସ୍ତ ୪ଟି ଜିଲ୍ଲା ବୁଲି ଦେଖିବେ । ଆଜି ସେମାନେ ପୁଣି ବାଲେଶ୍ୱର, ଜଗତସିଂପୁର ଜିଲ୍ଲାକୁ ପନର୍ବାର ଗସ୍ତରେ ଯାଉଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୋହେଲି ଘୋଷ ରାୟଙ୍କ ନେତୃତ୍ୱରେ ଏକ ୭ଜଣିଆ ପ୍ରତିନିଧି ଦଳ ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ କରିବାକୁ ପାଇଁ ଓଡିଶା ଗସ୍ତରେ ଆସିଛନ୍ତି ।

Share

Leave a Reply

Your email address will not be published. Required fields are marked *

2 × 5 =