ପ୍ରଗତି ମଣ୍ଡପରେ ଓଡିଶା ମଣ୍ଡପ ଉଦଘାଟନ

ଭୁବନେଶ୍ୱର() ଦିଲ୍ଲୀଠାରେ ଅନୁÂିତ ଅନ୍ତର୍ଜାତୀୟ ମେଳାରେ ଓଡିଶା ମଣ୍ଡପ ଆଜି ଉଦଘାଟିତ ହୋଇଛି । ଦିଲ୍ଲୀସ୍ଥିତ ପ୍ରଗତି ମଇଦାନରେ ଓଡିଶାର ଏହି ଆକର୍ଷଣୀୟ ମଣ୍ଡପ ସ୍ଥାନ ପାଇଛି । ଏଥିରେ ଓଡିଶାର ଶିଳ୍ପାନୁକୂଳ ବାତାବରଣ ଏବଂ ପୁଂଜି ନିବେଶ କ୍ଷେତ୍ରରେ ସହଜ ଓ ସରଳ ବ୍ୟବସ୍ଥା, ଓଡିଶାର ଶିଳ୍ପପ୍ରଗତି, ବ୍ୟବସାୟ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆନ୍ତରିକ ସହଯୋଗ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି । ଏହି ବାଣିଜ୍ୟ ମେଳାରେ ଓଡିଶା ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ନୋଡାଲ ବିଭାଗ ଭାବେ ଅଂଶ ଗ୍ରହଣ କରିଥିବା ବେଳେ ଇପିକଲ,ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ଗୁଡିକ ସହଯୋଗୀ ବିଭାଗ ଭାବେ ଯୋଗ ଦେଇଛନ୍ତି ।

ଆଜିର ଏହି ଉତ୍ସବରେ ରାଜ୍ୟ ସୂଚନା ଲୋକସମ୍ପର୍କ ଓ ଜଳସମ୍ପଦ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡିଶା ମଣ୍ଡପର ଶୁଭଉଦଘାଟନ କରିଥିଲେ । ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପରାମର୍ଶଦାତା ମାନସ ରଂଜନ ମଙ୍ଗରାଜ ନୂଆଦିଲ୍ଲୀସ୍ଥିତ ଆବସିକ କମିଶନର ସଂଜିବ କୁମାର ମିଶ୍ର ଏବଂ ସୂଚନା ଲୋକସମ୍ପର୍କ ବୈଷୟିକ ଜ୍ଞାନ ବିଭାଗର ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ଓଡିଶା କଳା ସଂସ୍କୃତି ଓ ଶିଳ୍ପ ପ୍ରଗତି ସମ୍ପର୍କରେ ଉଦବୋଧନ ଦେଇଥିଲେ ।

ଏହି ଓଡିଶା ମଣ୍ଡପରେ ଉକ୍ରଳିକା ଓ ବୟନିକା ପକ୍ଷରୁ ଓଡିଶାର ହସ୍ତଶିଳ୍ପ ଓ ହସ୍ତତନ୍ତର ପ୍ରଚାର ତଥା ପ୍ରାର ନିମନ୍ତେ ଦୁଇଟି ଷ୍ଟଲ, ଓଡିଶାର ଆଦିବାସୀ ଅଂଚଳରେ ପ୍ରସ୍ତୁତ ସୂତା କପଡା ଓ କଟକ ତାରକସି କାମର ଦୁଇଟି ଷ୍ଟଲ ଖୋଲାଯାଇଛି ।

ଓଡିଶାର ବଛାବଛା ୭ଟି ସାଂସ୍କୃତିକ ଦଳ ଆସନ୍ତା ୨୧ ତାରିଖରେ ପ୍ରଗତି ମଇଦାନର ହଂସଧ୍ୱନି ଥିଏଟରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ ।
ଚଳିତ ବର୍ଷ ଓଡିଶା ମଣ୍ଡପ EASE OF DOING BUSINESS ବିଷୟବସ୍ତୁକୁ ନେଇ ପ୍ରସ୍ତୁତ କରାଯାଇଛି । ଓଡିଶାର ଭରପୁର ବ୍ୟବସାୟିକ ଭିତ୍ତି ଭୁମିର ପ୍ରକୃତ ମୁଲ୍ୟାୟନ ଓ ସଦୁପଯୋଗ କରି ଓଡିଶାକୁ ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବରିÂ ନେତୃତ୍ୱ ଆଜି ସମଗ୍ର ଭାରତ ବର୍ଷର ଯେପରି ଦୃଷ୍ଟି ଆକର୍ଷଣ କରିପାରିଛି ତାହା ଏହି ଓଡିଶା ମଣ୍ଡପର ବାର୍ତ୍ତା ବହନ କରୁଛି ।

ଏହି ଉଦଘାଟନ ଉତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ ସୂଚନା ଓ ଲୋସମ୍ପର୍କ ବିଭାଗର ନିଦେ୍ର୍ଧଶକ ଶ୍ରୀ କୃପାସିନ୍ଧୁ ମିଶ୍ର ଅତିରିକ୍ତ ନିଦେ୍ର୍ଧଶକ ନିରଂଜନ ସେଠୀ ଙ୍କ ସମେତ ବହୁ ବିଭାଗୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

twelve − four =