ଓଡ଼ିଶାରେ କିନ୍ତୁ ଖୋଲିବନି ମନ୍ଦିର

ଭୁବନେଶ୍ୱର () ଦେଶରେ 820ଟି ଏଏସଆଇ ଅଧିକୃତ ମନ୍ଦିର ଖୋଲିବ । ଆରମ୍ଭ ହେବ ଉପାସନା । ସେ ମଧ୍ୟରେ ରହିଛି ଓଡ଼ିଶାର 46ଟି ମନ୍ଦିର । ହେଲେ ଓଡ଼ିଶାରେ କୌଣସି ମନ୍ଦିର କି ଧର୍ମାନୁଷ୍ଠାନରେ ଉପାସନା ହୋଇପାରିବ ନାହିଁ । 

ରାଜ୍ୟରେ ଜୁନ ମାସ ନିର୍ଣ୍ଣାୟକ ହୋଇଥିବାରୁ ସରକାର ଜୁନ 30 ଯାଏଁ ସବୁ ଧର୍ମାନୁଷ୍ଠାନରେ ଉପାସନା ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶନାମା ଜାରିକରିଛନ୍ତି । ସେହିଭଳି ଜୁନ ମାସ ଶେଷ ଯାଏଁ କୌଣସି ମଲ କି ରେସ୍ତୋରାଁ ଖୋଲିବନି । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶନାମା ଜାରିକରିଛନ୍ତି । 

Share

Leave a Reply

Your email address will not be published. Required fields are marked *

11 − ten =