ଅରୁଣଙ୍କୁ ବାଣୀବିହାର ଶ୍ରେୟ

ଭୁବନେଶ୍ୱର () ଓଡିଶା ଉଚ୍ଚଶିକ୍ଷାର ଏନ୍ତୁଡିଶାଳ କୁହାଯାଉଥିବା ବାଣୀବିହାର ପାଳନ କରୁଛି ତାହାର ପ୍ଲାଟିନମ ଜୁବୁଲି । ଉକ୍ରଳ ବିଶ୍ୱବିଦ୍ୟାଳୟର ଏହି ମହାକୁମ୍ଭରେ ସାମିଲ ହେଉଛନ୍ତି ଶିକ୍ଷାନୁÂାନର ବହୁ ପୁରାତନ ଓ ବର୍ତ୍ତମାନର ଛାତ୍ର । ତେବେ ସବୁଠାରୁ ବଡ କଥା ହେଲା ରାଜନୀତିରୁ ଉଦ୍ଧ୍ୱର୍ରେ ରହି ନିଜକୁ କେବଳ ବାଣୀବିହାରର ଛାତ୍ରବୋଲି ପରିଚୟ ଦେଇ ସମସ୍ତେ ଏକାଠି ହେଉଥିବାବେଳେ ଏହାର ସମସ୍ତ ଶ୍ରେୟ ଯାଉଛି ଏହି ଶିକ୍ଷାନୁÂାନର ପୂର୍ବତନ ସଭାପତି ତଥା ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ  ଅରୁଣ କୁମାର ସାହୁଙ୍କ ନିକଟକୁ ।

ସଂଯୋଗ କ୍ରମେ ଏକଦା ବାଣୀବିବାରର ସଫଳ ସଭାପତି ଥିବା ଅରୁଣ ଏବେ ରାଜ୍ୟର ସଫଳ ଉଚ୍ଚଶିକ୍ଷା ମନ୍ତ୍ରୀ । ସେବେ ନେତା ଥିଲେ ଏବେ ବି ନେତା । ଫରକ ଏତିକି ଯେ ତାଙ୍କରି ହାତରେ ଏବେ ବାଣୀବିହାର । ତେଣୁ ପ୍ଲାଟିନମ ଜୁବୁଲି କାର୍ୟ୍ୟକ୍ରମ କିଭଳି ସଫଳ ହେବ ସେଥିାପଇଁ ଅରୁଣ ଲାଗି ପଡିଛନ୍ତି । ସବୁ ପୁରାତନ ଛାତ୍ରଛାତ୍ରୀଙ୍କୁ ଏକାଠି କରୁଛନ୍ତି ।ସମସ୍ତେ ବି ରାଜନୀତିର ଉଦ୍ଧ୍ୱର୍କୁ ଉଠି ଉସôବରେ ଯୋଗ ଦେବାପାଇଁ ସମ୍ମତି ପ୍ରକାଶ କରିଛନ୍ତି । ପ୍ଲାଟିନମ ଜୁବୁଲି କିଭଳି ସଫଳ ହେବ ସେଥିପାଇଁ ସମସ୍ତେ ଲାଗି ପଡିଥିବାବେଳେ ବାଣୀ ବିହାରରେ ସୃଷ୍ଟି ହୋଇଛି ଭିନ୍ନ ପରିବେଶ । ଆଉ ଏହି ପରିବେଶକୁ ଅଧିକ ରଙ୍ଗୀନ କରିଛି ଅରୁଣଙ୍କ ବ୍ୟକ୍ତିଗତ ଯୋଗଦାନ ।

୧୯୪୩ ମସିହାରେ ପ୍ରତିÂା ହୋଇଥିବା ରାଜ୍ୟର ଏହି ସର୍ବପୁରାତନ ଉଚ୍ଚ ଶିକ୍ଷାନୁÂାନ ତାହାର ପ୍ଲାଟିନମ ଜୁବୁଲିକୁ ଧୂମ୍‍ଧାମରେ କରୁଥିବାବେଳେ ଉଦ୍‍ଘାଟନୀ ଉସôବରେ ମୁଖ୍ୟମବୀ ନବୀନ ପ…ନାୟକ ମୁଖ୍ୟ ଅତିଥିଭାବେ ଯୋଗ ଦେଉଥିବାବେଳେ ସ୧ାନିତ ଅତିଥି ଅଛନ୍ତି ଶିକ୍ଷାନୁÂାନର ପୁରାତନ ଛାତ୍ର ତଥା ଉଚ୍ଚଶିକ୍ଷା ମନ୍ତ୍ରୀ  ଡକ୍ଟର ଅରୁଣ ସାହୁ । ଏଭଳି ସଂଯୋଗ କୌଣସି ଶିକ୍ଷାନୁÂାନ ପାଇଁ କେବଳ ବିରଳ ନୁହେଁ ଗର୍ବର ବିଷୟ ବୋଲି ବହୁ ପୁରୁଖା ଓ ବର୍ତ୍ତମାନର ଛାତ୍ର ମତ
ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

4 × 1 =