ଦେଖନ୍ତୁ ଏହି ଭିଡିଓ … କେମିତି ହେଉଛି ଜାଲ ନୋଟ ତିଆରି …

ଭୁବନେଶ୍ୱର () ସରକାର ଓ ପ୍ରଶାସନ ଯେତେ ସତର୍କ ରହିଲେ ବି ଚୋର ସବୁବେଳେ ଦି ପାଦ ଆଗରେ । ପ୍ରତିଦିନ ଦେଶର ବିଭିନ୍ନ ସ୍ଥାନରୁ ଜାଲ ନୋଟ ଧରାଯାଉଛି । ଏଖବର ସମସ୍ତେ ପଢୁଛନ୍ତି । ତେଣୁ ସ୍ୱାଭାବିକ ଭାବେ ଏହି ନୋଟ କେମିତି ଓ କେଉଁଠି ତିଆରି ହଉଛି ତାହା ଜାଣିବାକୁ ସମସ୍ତଙ୍କ ଆଗ୍ରହ ରହିଛି । ଜାଲ ନୋଟ ତିଆରିର ଏକ ଭାଇରାଲ ଭିଡିଓ ଏବେ ସୋସିଆଲ ମିଡିଆରେ ବୁଲୁଛି । ଏହି ଭିଡିଓ କିଏ ଓ କେଉଁଠି ରେକର୍ଡ କରିଛି ତାହା ଅସ୍ପଷ୍ଟ । କିନ୍ତୁ ଶୁଣାଯାଉଛି ଯେ ପୋଲିସ ଏହାର ଅନୁସନ୍ଧାନ ଚଳାଇଛି । ବଜାରକୁ ଆସୁଥିବା 200, 500, ଦୁଇ ହଜାର ଟଙ୍କାର ଜାଲ ଡ଼ାଇସ ବନାଇ ଏହି ନୋଟ ଛପା ଚାଲିଛି । ଆଉ 100 ଟିକିଆ ବିଡା କରି ବଜାରକୁ ଛଡା ଯାଉଛି ।

 

i

Share

Leave a Reply

Your email address will not be published. Required fields are marked *

2 × 2 =