ସଂସଦ ଘେରାଉ ଅଭିଯାନରେ ବାହାରିଲେ ଓଡ଼ିଶାର ଚାଷୀ

ଭୁବନେଶ୍ୱର () ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଓ ଚାଷୀଙ୍କ ସ୍ୱାର୍ଥ ରକ୍ଷା ଦାବିରେ ଆଜି ବିଜୁ କୃଷକ ଜନତା ଦଳର ଦିଲ୍ଲୀ ଚଲୋ ଅଭିଯାନ ଆରମ୍ଭ ହୋଇଛି । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଅହିଂସାର ବାର୍ତ୍ତା ନେଇ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି ହଜାର ହଜାର ଚାଷୀ ।

ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ, ବିଜେଡିର ବହୁ ମନ୍ତ୍ରୀ, ବିଧାୟକ, ସାଂସଦ ଓ ବିଜୁ କୃଷକ ଜନତା ଦଳର ନେତା ଓ କର୍ମୀ ଆଜି ସନ୍ଧ୍ୟାରେ ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତିରେ ମାଲ୍ୟାର୍ପଣ କରି ସଂସଦ ଘେରାଉ କରିବାକୁ ଯାତ୍ରା କରିଛନ୍ତି ।

ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଚାଷୀଙ୍କ ସହ ବିଜୁ କୃଷକ ଜନତା ଦଳର ନେତା ଓ ବିଧାୟକମାନେ ବିଧାନସଭାର ଚାଲିଚାଲି ଭୁବନେଶ୍ୱର ରେଳ ଷ୍ଟେସନରେ ପହଞ୍ଚିଥିଲେ । ସେଠାରୁ ଏକ ସ୍ୱତନ୍ତ୍ର ଟ୍ରେନରେ ଦିଲ୍ଲୀ ଯାଇଛନ୍ତି । 7 ତାରିଖରେ ଦିଲ୍ଲୀରେ ପହଞ୍ଚିବା ପରେ 8 ତାରିଖରେ ସଂସଦ ଘେରାଉ କରିବେ । ଦିଲ୍ଲୀରେ ନବୀନ ପଟନାୟକ ନିଜେ ଏହି ଘେରାଉର ନେତୃତ୍ୱ ନେବେ । ପରେ ରାଷ୍ଟ୍ରପତିଙ୍କୁ ଏକ ସ୍ମାରକପତ୍ର ଦେବେ ।

Share

Leave a Reply

Your email address will not be published. Required fields are marked *

5 × four =