ଯୁବତୀଙ୍କ ଅଶ୍ଳୀଳ ଫଟୋ ଏଡିଟ କରି ଭାଇରାଲ ଅଭିଯୋଗରେ ଗିରଫ

ଭୁବନେଶ୍ୱର: ଜଣେ ଯୁବତୀଙ୍କୁ ପ୍ରେମ ନିବେଦନ ଏବଂ ପରେ ବିଫଳ ହେବାରୁ ଅଶ୍ଲୀଳ ଫଟୋ ଫେସବୁକ୍ରେ ଭାଇରାଲ ଅଭିଯୋଗରେ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ କଟକ ଯୋବ୍ରା ଅଞ୍ଚଳର ବାପୁ ବେଉନ(୩୬) ।

ଘଟଣାରୁ ପ୍ରକାଶ ଯେ, ଯୁବତୀ ଜଣକ କଟକରେ ରହି ପାଠ ପଢ଼ୁଥିଲେ । ସେଠାରେ ବାପୁ ତାଙ୍କୁ ଦେଖିଥିଲା । ଯୁବତୀଙ୍କୁ ବାରମ୍ବାର ପ୍ରେମ ନିବେଦନ କରିବା ସହ ପିଛା କରିଥିଲା । ବାରମ୍ବାର ପ୍ରେମ ନିବେଦନକୁ ପ୍ରତ୍ୟାଖ୍ୟାନ କରିବା ପରେ ମାରିଦେବାକୁ ଧମକ ଦେଇଥିଲା ଅଭିଯୁକ୍ତ । କଟକରୁ ଆସି ଭୁବନେଶ୍ୱରରେ ରହିଥିଲେ ଯୁବତୀଙ୍କ ପରିବାର । ଖବର ପାଇ ଏଠାକୁ ମଧ୍ୟ ଆସି ବିଭିନ୍ନ ଧମକ ଦେଇଥିଲା ଅଭିଯୁକ୍ତ । ଶେଷରେ ଯୁବତୀଙ୍କ ବିବାହ ଅନ୍ୟତ୍ର ଠିକ ହେବା ଖବର ପାଇବା ପରେ ବାପୁ ଫଟୋକୁ ଏଡିଟ୍ କରି ଫେସବୁକରେ ଭାଇରାଲ କରାଇଥିଲା । ଏନେଇ ଯୁବତୀଙ୍କ ବାପା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ।

Share

Leave a Reply

Your email address will not be published. Required fields are marked *

6 + five =