ପାହାଡ଼ ଧସିବାରେ ୧୨ ମୃତ

ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଗଙ୍ଗବାଡ଼ ପଞ୍ଚାୟତର ବାରଘର ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ପାହାଡ଼ ଧସିବା କାରଣରୁ ଏଠାରେ ୧୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୫ ଜଣ ଶିଶୁ ଥିବା ସୂଚନା ମିଳିଛି।
ଆଉ ୪ ଜଣ ନିଖୋଜ ଥିବା ସୂଚନା ମିଳିଛି।
ମୃତକମାନେ ହେଲେ ଦଣ୍ଡପାଣି ଭୂଁୟା, ସୁମିତ୍ରା ଭୂଁୟା,ସୋମନାଥ କାଥରେନ୍, ଜଗନ କାଠି, ମୀନାକ୍ଷୀ ଶବର, ଦିଲି ଶବର, ଗଙ୍ଗାଧର ବେହେରା, ଦିନେଶ ଭୂଁୟା, ଲାଲୁ ବେହେରା, ଜୟଚନ୍ଦ୍ର ଭୂଟାନ, ସୁରମତୀ ଜାନି ଓ ଚମ୍ପା ଭୂଟାନ।
ନିଖୋଜମାନେ ହେଲେ କଟି ଭୂଁୟା, ବାସନ୍ତି ଭୂଁୟା, ବାସୁମତି ଭୂଁୟା ଓ ବିଶମ୍ବର ଶବର।
ମିଳିଥିବା ସୂଚନା ଅନୁଯାୟୀ, ବାତ୍ୟା ‘ତିତ୍ଲି’ ଭୟରେ ୫ଟି ପରିବାରର ଲୋକମାନେ ପାହାଡ଼ ଗୁମ୍ଫାରେ ଆଶ୍ରୟ ନେଇଥିଲେ।
ପାହାଡ଼ ଧସିଯିବାରୁ ନିକଟରେ ଥିବା ବାରିଘର ସମେତ ଅନ୍ୟ କିଛି ଗାଁରେ ବ୍ୟାପକ କ୍ଷୟକ୍ଷତି ହୋଇଛି।
ବିଜେପି ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର ଟ୍ୱିଟ୍ କରି କହିଛନ୍ତି ଯେ ‘ତିତ୍ଲି’ ଯୋଗୁ ଗଜପତି ଜିଲ୍ଲାରେ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ଗଙ୍ଗବାଡ଼ ପଞ୍ଚାୟତରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗଣ୍ଡହାତୀ ପଞ୍ଚାୟତରେ ୨, ଗୋଶାଣିରେ ୨ ଓ କାଶୀନଗରରେ ଜଣଙ୍କ ମୃତ୍ୟୁ ଘଟିଛି। ଗଙ୍ଗବାଡ଼ରେ ପାହାଡ଼ ଧସି ଯିବାରୁ ଲୋକଙ୍କ ମୃତ୍ୟୁ ଘଟିଛି। ସେମାନେ ଏକ ଗୁମ୍ଫାରେ ଆଶ୍ରୟ ନେଇଥିଲେ।
ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ସାରି ଥିବା ବେଳେ ଜିଲ୍ଲା ପ୍ରଶାସନ କିପରି ସେଠାରେ ପହଞ୍ଚି ପାରିନି ବୋଲି ସେ ପ୍ରଶ୍ନ କରିଛନ୍ତି।

Share

Leave a Reply

Your email address will not be published. Required fields are marked *

fourteen + 8 =