ଅନ୍ତରୀଣ ପୁଲିସ ମୁଖ୍ୟ ଭାବେ ଦାୟିତ୍ୱ ନେଲେ ଡିଜିପି ସତ୍ୟଜିତ ମହାନ୍ତି

କଟକ ()   ପୋଲିସ ଡିଜି ବିଜୟ ଶର୍ମା ବିଦା ହେବା ପରେ ଅନ୍ତରୀଣ ପୋଲିସ ଡିଜି ଭାବରେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ସତ୍ୟଜିତ୍ ମହାନ୍ତି ।କଟକ ପୁଲିସ୍ ମୁଖ୍ୟାଳୟରେ ପହଞ୍ଚି ଆଜି ସେ ବିଧିବଦ୍ଧ ଭାବେ ଦାୟିତ୍ୱ ନେଇଛନ୍ତି ।ଏହି ଅବସରରେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା । ଅନ୍ତରୀଣ ପୋଲିସ ଡିଜି ଦାୟିତ୍ୱ ନେବା ସହିତ ପୋଲିସ ଅଫିସରଙ୍କ ସହିତ ସେ ଆଲୋଚନା କରିଛନ୍ତି । ରାଜ୍ୟରେ ଆଇନଶୃଂଖଳା ରକ୍ଷା କରିବା ମୋର ପ୍ରାଥମିକତା ବୋଲି ସେ କହିଛନ୍ତି ।

ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଆସିବା ପରେ ବୁଧବାର ରାତିରେ ସେ ନିଜ ବାସଭବନରେ ଔପଚାରିକ ଭାବେ ନୂଆ ଡିଜି ଦାୟିତ୍ୱ ନେଇଥିଲେ । ଏହାପରେ ଆଜି ସେ ଦାୟିତ୍ୱଗ୍ରହଣ କରିଛନ୍ତି ।

୧୯୮୮ ବ୍ୟାଚର ଆଇପିଏସ୍ ଅଫିସର ସତ୍ୟଜିତ ମହାନ୍ତି ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ଡିଜି, ଜେଲ୍ ଡିଜି ଏବଂ ଟ୍ୱିନ୍ ସିଟି ପୋଲିସ୍ କମିଶନର ଭାବେ ଦାୟିତ୍ୱ ସମ୍ଭାଳି ନିଜ କାର୍ୟ୍ୟ ଦକ୍ଷତାର ପରିଚୟ ଦେଇ ସାରିଛନ୍ତି।

Share

Leave a Reply

Your email address will not be published. Required fields are marked *

14 − 10 =