ଚାକିରୀରୁ ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର

ଭୁବନେଶ୍ୱର : ନିଜ ଭାଇ ବିବାହ ଉତ୍ସବରେ ନାଗିନ୍ ଡ୍ୟାନ୍ସ କରିବା ସୁକିନ୍ଦା ତହସିଲଦାର ବୁଲ୍ବୁଲ୍ ବେହେରାଙ୍କ ପାଇଁ ମହଙ୍ଗା ପଡ଼ିଛି । ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗ କୋଭିଡ୍ କଟକଣାକୁ ଫୁ କରି ଏପରି ବିଶୃଙ୍ଖଳିତ କାର‌୍ୟ୍ୟକଳାପ ପାଇଁ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଥିବା ଜଣା ପଡିଛି । ଗତ ମେ ୨୧ତାରିଖ ଦିନ ଭାଇ ବାହାଘରରେ ନାଗିନ୍ ଡ୍ୟାନ୍ସ କରି ତହସିଲଦାର ଶ୍ରୀମତୀ ବେହେରା ସମଗ୍ର ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲିଟିଥିଲେ । କୋଭିଡ୍ କଟକଣାକୁ ଫୁ କରି ୭୦ରୁ ୮୦ ବରଯାତ୍ରୀଙ୍କୁ ନେଇ ଜଗତସିଂହପୁର ଜିଲ୍ଲା ଜଗନ୍ନାଥପୁର ଗ୍ରାମରେ ରାତ୍ର ବେଳା ଶୋଭାଯାତ୍ରା କରି ରାଜରାସ୍ତାରେ ବାଦ୍ୟର ତାଳେ ତାଳେ ନାଗିନ୍ ଡ୍ୟାନ୍ସ ପରିବେଷଣ କରିଥିଲେ ।

ସୂଚନା ଥାଉକି, ମେ ୨୧ ତାରିଖରେ ଭାଇ ବାହାଘରରେ ଧୁମ ନାଚିଥିଲେ ତହସିଲଦାର ମ୍ୟାଡାମ । ଜଗତସିଂହପୁର ଜିଲ୍ଲା ଜଗନ୍ନାଥପୁର ଗାଁକୁ ବାହାଘର ଯାଇଥିବା ବେଳେ ବରଯାତ୍ରୀଙ୍କ ସହ ନାଚିଥିଲେ ବୁଲବୁଲ । ଯାହାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ଏହାକୁ ନେଇ ସବୁ ଗଣମାଧ୍ୟମରେ ମଧ୍ୟ ଖବର ପ୍ରସାରଣ କରାଯାଇଥିଲା । ଏହାପରେ କୋଭିଡ ନିୟମ ଉଲଙ୍ଘନ କରିଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଶେଷରେ ତାଙ୍କୁ ଚାକିରୀରୁ ନିଲମ୍ବିତ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

four × 1 =