ବଲିଉଡରୁ ଭୋଜପୁରୀକୁ ଏଣ୍ଟ୍ରି ମାରିବେ ରାନୁ

ସୋସିଆଲ ମିଡିଆ ମାଧ୍ୟମରେ ରାତାରାତି ଷ୍ଟାର ହୋଇଥିବା ରାନୁ ମଣ୍ଡଲ ଏବେବେଶ ଚର୍ଚ୍ଚାରେ ଅଛନ୍ତି। ପଶ୍ଚିମ ବଙ୍ଗର ରାନୁ ମଣ୍ଡଳଙ୍କ ମାତ୍ର ଗୋଟିଏ ଭିଡିଓ ଯୋଗୁଁ ସମଗ୍ର ଦେଶ ତାଙ୍କ କଣ୍ଠର ପ୍ରଶଂସା କରୁଛନ୍ତି।ନିଜ କଣ୍ଠସ୍ବରରେ ରାନୁ ଇଣ୍ଟରନେଟ୍‌ରେ ଦର୍ଶକଙ୍କ ସଂଖ୍ୟା ବଢ଼ାଇ ଚାଲିଛନ୍ତି।ଖବର ମିଳିଛି ଯେ, ରାନୁଙ୍କୁ ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଗୀତ ଗାଇବା ପାଇଁ ଅଫର ଦିଆଯାଇଛି। ଅଭିନେତା ପ୍ରଦୀପ ପାଣ୍ଡେ ଏକ ସାକ୍ଷାତକାରରେ କହିଛନ୍ତି ଯେ, ସେ ରାନୁ ମଣ୍ଡଲଙ୍କୁ ତାଙ୍କ ଫିଲ୍ମରେ ଗୀତ ଗାଇବା ପାଇଁ ଅଫର ଦେଇଛନ୍ତି। ରାନୁଙ୍କ ଗୀତ ଶୁଣିବାପରେ ସେ ନିଜେ ତାଙ୍କର ବହୁତ ବଡ ଫ୍ୟାନ୍‌ ହୋଇଯାଇଛନ୍ତି। କେବଳ ସେ ନୁହେଁ ସମଗ୍ର ଭୋଜପୁରୀ ଇଣ୍ଡଷ୍ଟ୍ରି ରାନୁଙ୍କୁ ସ୍ବାଗତ କରିବାକୁ ଚାହାନ୍ତି ବୋଲି ପ୍ରଦୀପ କହିଛନ୍ତି।

ରାନୁ ଷ୍ଟେସନରେ ଗୀତ ଗାଉଥିବା ବେଳେ ଅତିନ୍ଦ୍ର ଚକ୍ରବର୍ତ୍ତୀ ନାମକ ଜଣେ ଇଂଜିନିୟର ସେଠାରେ ଉପସ୍ଥିତ ଥିଲେ। ଷ୍ଟେସନରେ ଗୀତ ଗାଉଥିବା ସମୟରେ ଅତିନ୍ଦ୍ର ମୋବାଇଲରେ ଗୀତଟିକୁ ରେକର୍ଡିଂ କରି ନିଜର ଫେସ୍‌ବୁକ୍‌ ଆକାଉଣ୍ଟରେ ପୋଷ୍ଟ କରିଥିଲେ।ସେବେଠୁ ଧୀରେ ଧୀରେ ସୋସିଆଲ ମିଡିଆରେ ତାଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଥିଲା। ଫଳରେ ସେ ରାତା ରାତି ଷ୍ଟାର ହୋିଥିଲେ।

Share

Leave a Reply

Your email address will not be published. Required fields are marked *

5 × one =