5-ଟି ପ୍ରଭାବ : ଲୋକଙ୍କ ପାଖରେ ସେବା ପହଁଚାଇବେ ୱାର୍ଡ ଅଫିସର

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀଙ୍କ 5-ଟି ମନ୍ତ୍ରକୁ କାର୍ଯ୍ୟକାରୀ କରିବାକୁ ଗୋଟିଏ ପରେ ଗୋଟିଏ ବିଭାଗ ତତ୍ପରତାର ସହ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି । ଏହି କ୍ରମରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ସହରାଞ୍ଚଳରେ ସବୁ ପୌର ସଂସ୍ଥା ଲୋକଙ୍କ ନିକଟତର ହେବାକୁ ଆରମ୍ଭ କରିଛି ଏକ ଅଭିନବ ଯୋଜନା । ସବୁ ମୁନିସିପାଲଟି, ମହାନଗର ନିଗମ ଓ ଏନଏସିରେ ପ୍ରତି ୱାର୍ଡରେ ନିଯୁକ୍ତି ହେବେ ଜଣେ ଜଣେ ୱାର୍ଡ ଅଫିସର । ସାଧାରଣ ନାଗରିକ ଓ ପୌର ସଂସ୍ଥା ମଧ୍ୟରେ ଏହି ୱାର୍ଡ ଅଫିସର ଏକ ସେତୁ ଭଳି କାର୍ଯ୍ୟ କରିବେ ।

ମୁଖ୍ୟମନ୍ତ୍ରୀଙ୍କ 5-ଟି ମନ୍ତ୍ରର ଏକ ଗୁରୁତ୍ବପୂର୍ଣ୍ଣ ଟି ହେଉଛି ଟାଇମ ବା ସମୟ । ଅର୍ଥାତ ନିର୍ଦ୍ଧାରିତ ସମୟରେ ଲୋକଙ୍କ ନିକଟରେ ସେବା ପହଁଚାଇବା । ସେହି ଉଦ୍ଦେଶ୍ୟକୁ ସଫଳ କରିବା ପାଇଁ ପ୍ରତି ମୁନିସିପାଲଟି, ମହାନଗର ନିଗମ ଓ ଏନଏସିର ଜଣେ କର୍ମଚାରୀଙ୍କୁ ୱାର୍ଡ ଅଫିସର ଭାବେ ଦାୟିତ୍ବ ଦିଆଯିବ । ସଂପୃକ୍ତ ମୁନିସିପାଲଟିର ଯେକୌଣସି କାର୍ଯ୍ୟାଳୟରେ ୱାର୍ଡ ଅଫିସ କାର୍ଯ୍ୟ କରିବ । ନିଜର ଦୈନନ୍ଦିନ ଦାୟିତ୍ବ ସହ ସଂପୃକ୍ତ କର୍ମଚାରୀ ୱାର୍ଡ ଅଫିସର ଭାବେ ମଧ୍ୟ କାମ କରିବେ ।

ୱାର୍ଡର ସର୍ବନିମ୍ନ ସେବା, ବିକାଶ ସଂପର୍କିତ କାର୍ଯ୍ୟ, ସୂଚନା ଓ ତଥ୍ୟ ସଂଗ୍ରହ, ସାଧାରଣ ଲୋକଙ୍କ ଆପତ୍ତି ଅଭିଯୋଗର ଶୁଣାଣୀ ଏବଂ ୱାର୍ଡର ଅନ୍ୟାନ କାର୍ଯ୍ୟ ତାଙ୍କ ଉପରେ ନ୍ୟସ୍ତ କରାଯିବ । ମୋଟାମୋଟି ଭାବେ ସଂପୃକ୍ତ ୱାର୍ଡ ଅଫିସର ସେହି ୱାର୍ଡର ଜଣେ ନୋଡାଲ ଅଫିସର ଭାବେ କାର୍ଯ୍ୟ କରିବେ । ସେ ପୌର ସଂସ୍ଥା ଉପରେ ରହିଥିବା ଚାପକୁ ହ୍ରାସ କରିବା ପାଇଁ ୱାର୍ଡ ଅଫିସର ସାଧାରଣ ନାଗରିକ ଓ ପୋର ସଂସ୍ଥା ମଧ୍ୟରେ ଏକ ସେତୁ ଭଳି କାର୍ଯ୍ୟ କରିବେ ।

ପ୍ରତି ୱାର୍ଡରେ ଏହି ୱାର୍ଡ ଅଫିସ ଦୈନିକ ସକାଳ 10ଟାରୁ ମଧ୍ୟାହ୍ନ 12ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ । ଏନେଇ ପୌର ସଂସ୍ଥା ପକ୍ଷରୁ ୱାର୍ଡ ଅଫିସର ଚୟନ ଏବଂ ନିର୍ଦ୍ଧିଷ୍ଟ ନିୟମାବଳୀ ପ୍ରସ୍ତୁତ କରିବାକୁ ଗତ 19 ତାରିଖରେ ନଗର ଉନ୍ନୟନ ସଚିବ ସବୁ ମୁନିସିପାଲଟି, ମହାନଗର ନିଗମ ଓ ଏନଏସିକୁ ଚିଠି ଲେଖିଛନ୍ତି ।

Share

Leave a Reply

Your email address will not be published. Required fields are marked *

11 − 1 =