ଖାଲିପେଟରେ ବ୍ୟାୟାମ କରୁଛନ୍ତି କି? ସାବଧାନ

ଖାଲିପେଟରେ ବ୍ୟାୟାମ କରିବା ଆଦୌ ଉଚିତ ନୁହେଁ। ଏକ ରିସର୍ଚରୁ ଜଣାପଡିଛି ଖାଲି ଫେଟରେ ବ୍ୟାୟାମ କରିଲେ ଅନେକ ରୋଗ ଆକ୍ରାନ୍ତ କରିଥାଏ । ମାତ୍ର ଖାଦ୍ୟ ପରିମାଣ ଉପରେ ଧ୍ୟାନ ମଧ୍ୟ ରଖନ୍ତୁ। ତେବେ ଆସନ୍ତୁ ଜାଣିବା ବ୍ୟାୟାମ ପୂର୍ବରୁ କେଉଁ ଖାଦ୍ୟ ଖାଇବା ଉଚିତ ।

ବ୍ୟାୟାମ ବା ଏକ୍ସରସାଇଜ୍ କରିବାର ୩୦ ମିନିଟ୍ ପୂର୍ବରୁ ପାଖାପାଖି ୧ ଗିନା ଦଲିଆ ଖାଇବା ଉଚିତ।ଏହା ଫାଇବର ଏବଂ ପ୍ରୋଟିନର ଏକ ମହତ୍ତ୍ୱପୂର୍ଣ୍ଣ ସ୍ରୋତ।

ବ୍ୟାୟାମ କରିବାର ୩୦ ମିନିଟ୍ ପୂର୍ବରୁ ୨ଟି କଦଳୀ ଖାଇବା ଆବଶ୍ୟକ। କଦଳୀରେ ଅଧିକ ମାତ୍ରାରେ ପୋଟାସିୟମ ରହିଥିବାରୁ ବ୍ୟାୟାମ ସମୟରେ ମାଂସପେଶୀ ଟାଣିହୋଇ ନ ଥାଏ।

ବିଟ୍ ଜୁସ୍ରେ ପୋଟାସିୟମ୍, ମ୍ୟାଗ୍ନେସିୟମ୍, ଭିଟାମିନ ବି ଏବଂ ଏନର୍ଜୀ ଭରପୂର ମାତ୍ରାରେ ରହିଛି। ବ୍ୟାୟାମ କରିବାର ୩୦ ମିନିଟ୍ ପୂର୍ବରୁ ଏକ ଗ୍ଲାସ୍ ଜୁସ୍ ସେବନ କରିବା ଦ୍ୱାରା ଶରୀରରେ ଶକ୍ତି ଏବଂ ସହନଶକ୍ତି ବଢ଼ିଥାଏ।

Share

Leave a Reply

Your email address will not be published. Required fields are marked *

10 − eight =