୫ଜଣ  ବିଶିଷ୍ଟ ବୈଜ୍ଞାନିକଙ୍କୁ କଳିଙ୍ଗ ସମ୍ମାନ

ଭୁବନେଶ୍ୱର (): ଲେଖା ମାଧ୍ୟମରେ ବିଜ୍ଞାନକୁ ଲୋକପ୍ରିୟ କରିବାରେ ଯଥେଷ୍ଟ ଅବଦାନ ରହିଥିବା ରାଜ୍ୟର ୫ ଜଣ ବିଶିଷ୍ଟ ବୈଜ୍ଞାନିକଙ୍କୁ କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳିଙ୍ଗ ସମ୍ମାନରେ ସମ୍ମାନିତ କରିଛନ୍ତି ।
ସଚିବାଳୟଠାରେ ଆଜି ସନ୍ଧ୍ୟାରେ କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟ ଏବଂ ରାଜ୍ୟ ସରକାରଙ୍କର ବିଜ୍ଞାନ ଓ ବୈଷୟିକ ବିଭାଗ ପକ୍ଷରୁ ମିଳିତ ସହଯୋଗରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ସମ୍ମାନ ପ୍ରଦାନ କରିଛନ୍ତି । ସମ୍ମାନ ସ୍ୱରୂପ ଉପଢ଼ୌକନ, ଉତ୍ତରୀୟ, ମାନପତ୍ର, ପୁଷ୍ପଗୁଚ୍ଛ ଓ ପୁରସ୍କାର ବାବଦ ନଗଦ ୧ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରିଥିଲେ । ସମ୍ମାନିତ ହୋଇଥିବା ବୈଜ୍ଞାନିକ ମାନେ ହେଲେ ପଦ୍ମଶ୍ରୀ ପ୍ରଫେସର ଡ. ପ୍ରଫୁଲ୍ଲ କୁମାର ଜେନା ।
୨୦୧୫ ବର୍ଷ ପାଇଁ ଏହି ସମ୍ମାନ ପାଇବା ପାଇଁ ବିବେଚିତ ହୋଇଛନ୍ତି । ସେହିପରି ପ୍ରଖ୍ୟାତ ଥାଇଲେରିଆ ମେଡ଼ିସିନ ଓ ମେକ୍ରୋ ବାଇଓଲୋଜି ବିଶେଷଜ୍ଞ ଡ. ଦ୍ୱିଜେଶ କୁମାର ପଣ୍ଡା – ୨୦୧୬, ପଦାର୍ଥ ବିଜ୍ଞାନୀ ଡ. ଜ୍ଞାନଦେବ ମହାରଣା – ୨୦୧୭, ଉକ୍ରଳ ଇନିଷ୍ଟିଚ୍ୟୁଟ ଅଫ ମେଡ଼ିକାଲ ସାଇନ୍ସର ନିର୍ଦ୍ଦେଶକ ପ୍ରେ‘ସର ଡ. ବିରେନ୍ଦ୍ର କୁମାର ଦାସ – ୨୦୧୮ ଏବଂ ପ୍ରଖ୍ୟାତ ବାଇଓକେମିଷ୍ଟ, ଶିକ୍ଷାବିତ୍ ପ୍ରେଫେସର ଡ. ନିମାଇ ଚରଣ ପଣ୍ଡା – ୨୦୧୯ ବର୍ଷ ପାଇଁ ଏହି ସମ୍ମାନ ପାଇଛନ୍ତି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର, ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼େଇ, କଳିଙ୍ଗ ଫାଉଣ୍ଡେସନର ଟ୍ରଷ୍ଟର ସଭାପତି ତଥା ସ୍ୱାଧିନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ, ନିର୍ମଳ ଦାସ ପ୍ରମୁଖ ଉପସ୍ଥିତ ଥିଲେ । କଳିଙ୍ଗ ସମ୍ମାନରେ ସମ୍ମାନିତ ହୋଇଥିବା ସମ୍ପୃକ୍ତ ବୈଜ୍ଞାନିକ ମାନଙ୍କୁ ସ୍ୱାଗତ କରିଥିଲେ ।
Share

Leave a Reply

Your email address will not be published. Required fields are marked *

four × three =