ଦାଦାବଟି ଆଦାୟ ଅଭିଯୋଗରେ ମହିଳା ସାମ୍ବାଦିକାଙ୍କ ସହ ୪ ଗିରଫ

ଭୁବନେଶ୍ୱର: ସାମ୍ବାଦିକଙ୍କ ନାଁରେ କଳଙ୍କ । ଆଗଧାଡ଼ିର ସାମ୍ବାଦିକ ବୋଲି ପରିଚୟ ଦେଇ ଖଣି ଦୁର୍ନୀତିରେ ଫସାଇଦେବାକୁ କହି ୨ ଜଣ ଖଣି ବ୍ୟବସାୟୀଙ୍କୁ ଅପହରଣ କରିଥିଲେ ୱେବପୋର୍ଟାଲର ମାଲିକ ଓ କର୍ମଚାରୀ । ୨ଦିନ ବନ୍ଦ ଘରେ ରଖି ନିର୍ଦ୍ଧୁମ ପିଟିଥିଲେ । ପରେ ପରିବାର ଲୋକଙ୍କୁ ୧୦ ଲକ୍ଷ ଟଙ୍କା ବଟି ମାଗିଥିଲେ । ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିବା ପନ୍ମେହିଳା ସାମ୍ବାଦିକାଙ୍କ ସହ ଜଣଙ୍କୁ ଗିରଫ କରିଛି ନନ୍ଦନକାନନ ଥାନା ପୋଲିସ ।
ମିଳିଥିବା ସୂଚନା ମୁତାବକ, କନ୍ଦ୍ରୋପଡା ଅଂଚଳର ପୂର୍ଣ୍ଣଚନ୍ଦ୍ର ସାହୁ ଏନେଇ ଥାନାରେ ଅଭିଯୋଗ କରିଛନ୍ତି । ସେ କୋଲକାତାର ଜଣେ ବ୍ୟବସାୟୀଙ୍କ ସହ ମିଶି କେନ୍ଦୁଝରର ଖଣି ଅଂଚଳରୁ ଖଣିଜ ପଦାର୍ଥ ପରିବହନ କରୁଥିଲେ । ଯୋଡା- ବଡବିଲରୁ ସେମାନଙ୍କ ଟ୍ରକ ପାରାଦୀପ ବନ୍ଦର ଓ ଅନନ୍ୟା ସ୍ଥାନକୁ ମାଲ ପରିବହନ କରିଥାଏ । ଦୁଇ ସପ୍ତାହ ତଳେ ୱେବ ପୋର୍ଟାଲ ସାମ୍ବାଦିକ ତାଙ୍କୁ ଫୋନ କରି ଷ୍ଟିଙ୍ଗ ଅପରେସନରେ ତାଙ୍କ ଦୁର୍ନୀତି ଧରା ପଡିଥିବା କହି ବ୍ଲାକମେଲ କରିଥିବା ଅଭିଯୋଗ ହୋଇଛି ।
ପୋଲିସ ଏହି ଘଟଣାରେ ଲାଇଭ କଳିଙ୍ଗ ୱେବ ପୋର୍ଟାଲର ସାମ୍ବାଦିକା ପ୍ରିୟମ୍ବଦା ନାୟକଙ୍କୁ ଅଟକ ରଖିଛି । ସେହିପରି ମହିଳା ସିକ୍ୟୁରିଟି ଗାର୍ଡଙ୍କ ସହ ଅନ୍ୟ ୨ କର୍ମଚାରୀଙ୍କୁ ଅଟକ ରଖିଛି । ତେବେ ଘଟଣାର ମାଷ୍ଟର ମାଇଣ୍ଡ ୱେବ ପୋର୍ଟାଲର ସିଇଓ ରାଜ ନାମକ ଯୁବକ ଫେରାର ହୋଇଯାଇଛି ।

Share

Leave a Reply

Your email address will not be published. Required fields are marked *

1 × five =