ଜଜଙ୍କୁ କୋର୍ଟରେ ପୁରାଇଦେଲେନି ଓକିଲ କେମିତି ପଢନ୍ତୁ…

ହାଇକୋର୍ଟ ସ୍ଥାୟୀ ବେଂଚ ଦାବିରେ ଗତକାଲି ୨୪ଘଂଟିଆ ବନ୍ଦ୍ ପରେ ଆଜିଠାରୁ ୧୦ଦିନିଆ କାର୍ୟ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛି ବଲାଙ୍ଗୀର ଓକିଲ ସଂଘ । କୋର୍ଟରେ ଯୋଗ ଦେବା ପାଇଁ ଦୌରାଜଜ୍ ଆସିଥିବାବେଳେ ତାଙ୍କ ଗାଡିକୁ ଅଟକାଇଥିଲେ ଆନ୍ଦୋଳନ ରତ ଆଇନଜୀବି । ତାପରେ ସେ ଫେରିଯାଇଥିବା ଜଣାପଡିଛି । ଆଜିଠୁ ଜିଲ୍ଳାପାଳ, କୋର୍ଟ, କଚେରୀ କାର୍ୟ୍ୟ ବନ୍ଦ ରଖିବାକୁ ଘୋଷଣା କରିଛି ସଂଘ । କୋର୍ଟ ଆଗରେ ଧାରଣା ଦେବା ସହ ପିକେଟିଂ କରୁଛନ୍ତି ଆଇନଜୀବି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତୁରନ୍ତ ଦାବି ପୂରଣ କରି ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିଷ୍ଠା କରିବାକୁ ଦାବି କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

2 + eight =