ଏଥର 5.45 ଲକ୍ଷ ଯୁବ ଭୋଟର

ଭୁବନେଶ୍ବର () ନୂଆ ଭୋଟର ତାଲିକାରେ ଯୋଡି ହେଲେ 4ଲକ୍ଷ 11 ହଜାର 505ଜଣ ଯୁବ ଭୋଟର । 2018 ଭୋଟର ତାଲିକାରେ 1ଲକ୍ଷ 33ହଜର 896ଜଣ ଯୁବ ଭୋଟର ଅର୍ଥାତ 18ରୁ 19 ବର୍ଷ ବୟଷ ମଧ୍ୟରେ ଯୁବ ଭୋଟର ଥିଲେ । ଏହି ସଂଖ୍ୟା 5ଲକ୍ଷ 45ହଜାର 401କୁ ବୃଦ୍ଧି ପାଇଛି । ଆଜି ପ୍ରକାଶ ପାଇଥିବା ଚିଠା ଭୋଟର ତାଲିକା ଅନୁଯାୟୀ ରାଜ୍ୟରେ ମୋଟ ଭୋଟର ସଂଖ୍ୟା ହେଉଛି 3 କୋଟି 18ଲକ୍ଷ 787 । ଏଥିରେ 1କୋଟି 63 ଲକ୍ଷ 37ହଜାର 310ଜଣ ପୁରୁଷ, 1 କୋଟି 54ଲକ୍ଷ 60ହଜାର 545ଜଣ ମହିଳା ଓ 2932 ଜଣ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି ।

2018 ଚିଠା ତାଲିକା ଅନୁଯାୟୀ ରାଜ୍ୟରେ ଭୋଟର ସଂଖ୍ୟା ଥିଲା 3 କୋଟି 12 ଲକ୍ଷ 52ହଜାର 333 । ଚଳିତ ବର୍ଷ ପ୍ରଥମ ଥର ପାଇଁ 1ଲକ୍ଷ 90ହଜାର 037ଜଣ ଭିନ୍ନକ୍ଷମ ଭୋଟର ସାମିଲ ହୋଇଛନ୍ତି । ଚୂଡାନ୍ତ ଭୋଟର ତାଲିକାରେ ଫଟୋ ଥିବା ଭୋଟରଙ୍କ ସଂଖ୍ୟା 97.79 ପ୍ରତିଶତରୁ 98.01 ପ୍ରତିଶତକୁ ବୃଦ୍ଧି ପାଇଛି ଏବଂ ଫଟୋ ପରିଚୟପତ୍ର ଥିବା ଭୋଟରଙ୍କ ସଂଖ୍ୟା 98.22ରୁ 98.33 ପ୍ରତିଶତକୁ ବୃଦ୍ଧି ପାଇଛି । ସେହିଭଳି 2018ରେ ଭୋଟର ତାଲିକାରେ 35ହଜାର 896ଟି ଭୋଟ ଗ୍ରହଣ କେନ୍ଦ୍ର ଥିବା ବେଳେ 2019ରେ ଚୁଡାନ୍ତ ଭୋଟର ତାଲିକାରେ 37ହଜାର 606ଜଣ ଭୋଟ ଗ୍ରହଣ କେନ୍ଦ୍ର ଅଛି । ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଏକ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭୋଟର ସହାୟତା କେନ୍ଦ୍ର 31ଜାନୁଆରୀ 2019 ସୁଦ୍ଧା ଖୋଲା ଯିବ । ଏହି କେନ୍ଦ୍ରରେ ଭୋଟରମାନେ ସେମାନଙ୍କ ନାମ ଯାଞ୍ଚ କରିପାରିବେ । ଯେଉଁ ଭୋଟରଙ୍କୁ ଜାନୁଆରୀ 1 ତାରିଖ 2019କୁ 18 ବର୍ଷ ହେଉଥିବ, ଅଥବା ନୂତନ ବାସସ୍ଥାନରେ ଭୋଟର ତାଲିକାଭୁକ୍ତ ହେବା ନିମନ୍ତେ ବୁଥ ସ୍ତରୀୟ ଅଧିକାରୀଙ୍କ ନିକଟରେ ଫର୍ମ-6 ଦାଖଲ କରିପାରିବେ । ବ୍ଲକ ଓ ତହସିଲ କାର୍ଯ୍ୟାଳୟରେ ମଧ୍ୟ ଭୋଟର ସହାୟତା କେନ୍ଦ୍ର ଖୋଲାଯିବାର ବ୍ୟବସ୍ଥା କରାଯାଉଛି ବୋଲି ସେ କହିଛନ୍ତି ବୋଲି ସେ କହିଛନ୍ତି ।

ଭୋଟର ତାଲିକା କିମ୍ବା ତାଙ୍କ ନାମ କେୁଁ ଭୋଟ ଗ୍ରହଣ କେନ୍ଦ୍ରେ ରହିଛି ତାହା ଜାଣିବା ପାଇଁ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମରେ ନିଶୁଳ୍କ ନମ୍ବର 1950 ଜାରି କରାଯାଇଛି । ଏହି ନିଶୁଳ୍କ ନମ୍ବ ସବୁ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟରେ ସଂଯୋଗ କରାଯାଇଛି । ସକାଳ 10ଟାରୁ ଅପରାହ୍ନ 5ଟା ମଧ୍ୟରେ ଭୋଟରମାନେ ଏହି ନମ୍ବରରେ ଫୋନ କରି ସେମାନଙ୍କ ପ୍ରଶ୍ନର ଉତ୍ତର ପାଇପାରିବେ । ଏଥିସହିତ ପ୍ରତି ଜିଲ୍ଲାରେ ଭୋଟରଙ୍କ ପ୍ରଶ୍ନ ବା ଅଭିଯୋଗ ପଂଜିକରଣ ପାଇଁ ଦୁଇ ଜଣ କଣ୍ଟ୍ରାକ୍ଟ କେନ୍ଦ୍ର ଏଜେଣ୍ଟ ରହିବେ ବୋଲି ସେ କହିଛନ୍ତି  ।

Share

Leave a Reply

Your email address will not be published. Required fields are marked *

nineteen − eleven =