ଶାଳପତ୍ର ଉପରୁ ଛାଡ ହେଲା ରୟାଲଟି, ଉପକୃତ ହେବେ 25 ଲକ୍ଷ ଲୋକ

ଭୁବନେଶ୍ବର () ରାଜ୍ୟ ସରକାରଙ୍କ ଆଉ ଏକ ଲୋକଭିମୁଖୀ ନିଷ୍ପତ୍ତି । ଶାଳପତ୍ର ଉପରେ ଛାଡ ହେଲା ରୟାଲଟି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଶାଳପତ୍ର ଉପରେ ରୟଲଟି ଛାଡ କରିବାକୁ ଘୋଷଣା କରିଛନ୍ତି । ରାଜ୍ୟର ଅନୁସୂଚିତ ଜନଜାତିର ବହୁ ଲୋକ ଶାଳପତ୍ର ତୋଳି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି । ରୟାଲଟି ଛାଡ ପରେ ପ୍ରାୟ 25 ଲୋକ ଶାଳପତ୍ର ତୋଳାଳି ଉପକୃତ ହେବେ । ପୂର୍ବରୁ ଶାଳପତ୍ର ଉପରେ କ୍ବିଣ୍ଟାଲ ପିଛା 86 ଟଙ୍କା ରୟାଲଟି ଆଦାୟ କରୁଥିଲେ ।

ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଅର୍ଦ୍ଧାଧିକ ଲୋକ ଶାଳପତ୍ର ଉପରେ ନିର୍ଭର କରି ନିଜର ଗୁଜୁରାଣ ମେଣ୍ଟାଉଥିଲେ । ଦୀର୍ଘ ଦିନରୁ ଆଦିବାସୀମାନେ ମଧ୍ୟ ଶାଳପତ୍ର ଉପରୁ ରୟାଲଟି ଛାଡ ପାଇଁ ଦାବି କରିଆସୁଥିଲେ । ଅନୁସୂଚିତ ଜାତି ଜନଜାତି ଲୋକଙ୍କ ଆର୍ଥିକ ଓ ସାମାଜିକ ବିକାଶକୁ ଗୁରୁତ୍ବ ଦେଉଥିବା ମୁଖ୍ୟମନ୍ତ୍ରୀ ଶେଷରେ ଶାଳପତ୍ର ଉପରୁ ରୟାଲଟି ଛାଡ କରି ସେମାନଙ୍କ ଆର୍ଥିକ ଉନ୍ନତିରେ ସହାୟତା କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

twenty + 20 =