ଯୁକ୍ତ ଦୁଇ ପରୀକ୍ଷା ବାତିଲ

ଭୁବନେଶ୍ୱର()ରାଜ୍ୟ ସରକାରଙ୍କ ନିଷ୍ପତ୍ତି । ରାଜ୍ୟରେ ବାକିଥିବା +୨ ପରୀକ୍ଷାକୁ ବାତିଲ କରିଦିଆଯାଇଛି । କଳା, ବିଜ୍ଞାନ ଓ ବାଣିଜ୍ୟରେ ବାକିଥିବା ପରୀକ୍ଷାକୁ ବାତିଲ କରିଦିଆଯାଇଛି । ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, କରୋନା ସ୍ଥିତି ଦେଖି ଆଉ ପରୀକ୍ଷା କରିବା ସମ୍ଭବ ନୁହେଁ । ମାର୍ଚ୍ଚ ୨୩ରୁ ୨୮ ତାରିଖ ମଧ୍ୟରେ ଥିବା ପରୀକ୍ଷାକୁ ବାତିଲ କରିଦିଆଯାଇଛି । ତେବେ ବରୀକ୍ଷା ବାତିଲ ହୋଇଥିବାରୁ ସିବିଏସଇ ଢାଞ୍ଚାରେ ମାର୍କିଂ ହେବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

fourteen − six =