ତ୍ରିପୁରା ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ଧର୍ମେନ୍ଦ୍ର

ଭୁବନେଶ୍ୱର—ତ୍ରିପୁରାରେ ଓଡିଆ ଛାତ୍ରଛାତ୍ରୀଙ୍କୁ ସବୁପ୍ରକାର ସୁରକ୍ଷା ଯୋଗାଇ ଦିଆଯିବ ବୋଲି ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରତିଶୃତି ଦେଇଛନ୍ତି । ତ୍ରିପୁରାରେ ଓଡିଆ ଛାତ୍ରଛାତ୍ରୀଙ୍କୁ ହଇରାଣ ହରକତ କରାଯାଉଥିବା ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବାପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ତ୍ରିପୁରା ମୁଖ୍ୟମନ୍ତ୍ରୀ ସହିତ ଏ ବିଷୟରେ ଆଲୋଚନା କରିଥିଲେ । ଏହି ଆଲୋଚନା କାଳରେ ମୁଖ୍ୟମନ୍ତ୍ରୀ ଶ୍ରୀ ଦେବ କହିଥିଲେ ଯେ ଓଡିଆ ପିଲାମାନେ ମଧ୍ୟ ତ୍ରିପୁରାର ପିଲା । ମା’ ତ୍ରିପୁରା ସୁନ୍ଦରୀଙ୍କ ଆଶିର୍ବାଦରୁ ଏଠାରେ କୌଣସି ଅସାମାଜିକ କାର୍ଯ୍ୟ ହେବ ନାହିଁ । ଓଡିଆ ଛାତ୍ରଛାତ୍ରୀଙ୍କ ପ୍ରତି ତ୍ରିପୁରା ସରକାର ଉପଯୁକ୍ତ ନଜର ରଖିଛନ୍ତି । କେନ୍ଦ୍ର ଶ୍ରୀପ୍ରଧାନ ତାଙ୍କ ଟୁଇଟରେ ଏ ବିଷୟରେ ସୁଚନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

18 + 2 =