ସ୍ୱାମୀକୁ ହତ୍ୟା ପରେ ପତ୍ନୀଙ୍କୁ ଦୁଷ୍କର୍ମ ମାମଲା- ୨ ଅଭିଯୁକ୍ତ ଅଟକ

ବାଲିଗୁଡ଼ା ଥାନା ଡ୍ରାପ ସାହିରେ ସ୍ୱାମୀକୁ କାଠ ଫାଳିଆରେ ପିଟି ପିଟି ହତ୍ୟା ପରେ ପତ୍ନୀ ଓ ଅନ୍ୟ ଜଣେ ମହିଳାଙ୍କୁ ଦୁଷ୍କର୍ମ ମାମଲାରେ ପୋଲିସର ତନାଘନା । ୨ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ୨୫ ତାରିଖ ବିଳମ୍ବିତ ରାତିରେ ଦୁଇ ମୁଖାଧାରୀ, ସ୍ୱାମୀଙ୍କୁ ପିଟି ପିଟି ହତ୍ୟା କରିବା ସହ ସହ ପତ୍ନୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।
ଏଭଳି କାଣ୍ଡ ଭିଆଇବା ପରେ ରାକ୍ଷସ ପାଲଟିଥିବା ଦୁଇ ଯୁବକ ପଡୋଶୀ ଆଉ ଜଣେ ବିଧବାଙ୍କୁ ଘରେ ପଶି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଦୁଇ ଘଟଣାରେ ବାଲିଗୁଡା ଥାନାରେ ମାମଲା ରୁଜୁ ହୋଇଛି । ରୁଜିତ ବେହେରା ଓ ଅର୍ଜୁନ ବାଗଙ୍କୁ ଅଟକ ରଖି ଘଟଣାର ତଦନ୍ତ କରୁଛି ପୋଲିସ ।

Share

Leave a Reply

Your email address will not be published. Required fields are marked *

two × 5 =