ପାଣ୍ଡିଆନଙ୍କ ଗସ୍ତ ପରେ ପ୍ରଥମ ମୁଣ୍ଡ ଗଡିଲା

ଭୁବନେଶ୍ୱର() ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ‘ମୋ ସରକାର’ ଯୋଜନା କାର୍ଯ୍ୟକାରୀ କରିବାରେ ଚରମ ଅବହେଳା ପଦର୍ଶନ କରିବା ଅଭିଯୋଗରେ ରାଜ୍ୟ ସରକାର ସୁନ୍ଦରଗଡ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କୁ କୈଫିୟତ ତଲବ କରିବା ସହିତ ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକସôା ଅଧିକରୀ ପଙ୍କଜ ପଟେଲଙ୍କୁ କାର୍ଯ୍ୟରୁ ସସପେଣ୍ଡ କରିଛନ୍ତି ।

୫-ଟି କାର୍ଯ୍ୟକ୍ରମ ଓ ‘ମୋ ସରକାର’ ଯୋଜନାର ତଦାରଖ କରିବା ପାଇଁ ବିଭାଗୀୟ ସାଶନ ସଚିବ ଭି.କେ ପାଣ୍ଡିଆନ ଆଜି ସୁନ୍ଦରଗଡ ଜିଲ୍ଲା ଗସ୍ତ କରିଥିଲେ । ଏହି ଗସ୍ତ ସମୟରେ ଜିଲ୍ଲାପାଳ ଏବଂ ଜିଲ୍ଲା ମୁଖ୍ୟ ଚିକିସôା ଅଧିକାରୀ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନରେ ଚରମ ଅବହେଳା କରିଥିବା ଶ୍ରୀ ପାଣ୍ଡିଆନଙ୍କ ନଜରକୁ ଆସିଥିଲା । ତାଙ୍କ ସୁପାରିଶ କ୍ରମେ ରାଜ୍ୟ ସରକାର ଏହି ଦୁଇ ବରିÂ ଅଫିସରଙ୍କ ବିରୁଦ୍ଧରେ କାର୍ଯ୍ୟକୁÂାନ ଗ୍ରହଣ କରିଛନ୍ତି ।

‘ମୋ ସରକାର’ ଓ ୫-ଟି କାର୍ଯ୍ୟକ୍ରମର ସଫଳତା ଅନୁଧ୍ୟାନ କରିବା ପାଇଁ ବିଭାଗୀୟ ସଚିବ ଶ୍ରୀ ପାଣ୍ଡିଆନ ଗତ ପ୍ରାୟ ୧ ସପ୍ତାହ ଧରି ରାଜ୍ୟର ବିଭିନ୍ନ ଜିଲ୍ଲା ଗସ୍ତ କରୁଥିବା ବେଳେ ଏଭଳି କାର୍ଯ୍ୟରେ ଅବହେଳା କରିଥିବା ଅଭିଯୋଗରେ ସମ୍ପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ ଆଜି ସରକାରଙ୍କ ଏହା ପ୍ରଥମ କାର୍ଯ୍ୟାନୁÂାନ ।

Share

Leave a Reply

Your email address will not be published. Required fields are marked *

five × 4 =