ଭୁବନେଶ୍ବରରୁ ୧୨ ପଜିଟିଭ

ଭୁବନେଶ୍ୱର() ରାଜ୍ୟରେ ଆଜି ୨୫୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୨ଜଣ ରାଜଧାନୀ ଭୁବନେଶ୍ୱରର ହୋଇଥିବା ଜଣାପଡ଼ିଛି । ୧୨ଜଣଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୪ ଓ ସ୍ଥାନୀୟ ଅଞ୍ଚଳରୁ ୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଡୁମୁଡୁମା ରଘୁନାଥ ନଗର ବସ୍ତିରୁ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜଣେ ୩୦ବର୍ଷୀୟ ମହୀଳା ହୋଇଥିବା ବେଳେ ୩୫ବର୍ଷୀୟ ପୁରୁଷ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଡୁମୁଡୁମା ସୁଖ ବିହାର ବସ୍ତିରୁ ଜଣେ ଆକ୍ରାନ୍ତ, ଶ୍ରୀରାମ ନଗରରୁ ଜଣେ, ଜଣେ ଘରୋଇ ହସ୍ପିଟାଲର କର୍ମଚାରୀ, ନୀଳାଦ୍ରି ବିହାରରୁ ଜଣେ, ଜାଗମରା ଓ ୟୁନିଟ-୨ରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହିତ ଭୁବନେଶ୍ୱରରୁ ଆଉ ୭କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ତେବେ ଭୁବନେଶ୍ୱରରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୩୨କୁ ବୃଦ୍ଧି ପାଇଥିବା ବେଳେ ୧୯୨ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଓ ୪ଜଣଙ୍କର ମୃତ୍ୟୁ ହୋଇଛି । ଏବେ ୧୩୫ଜଣ ଚିକିତ୍ସିତ ଅବସ୍ତାରେ ରହିଛନ୍ତି ।

Share

Leave a Reply

Your email address will not be published. Required fields are marked *

7 + 14 =