18ଟି ଜିଲ୍ଲାରେ ମନ୍ତ୍ରୀ ଗ୍ରହଣ କରିବେ ପ୍ୟାରେଡ ଅଭିବାଦନ

ଭୁବନେଶ୍ବର () ଆସନ୍ତା ସ୍ବାଧିନତା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବରରେ ରାଜ୍ୟସ୍ତରୀୟ ପ୍ୟାରେଡ ଅଭିବାଦନ ଗ୍ରହଣ କରିବେ । 18 ଜିଲ୍ଲାରେ ମନ୍ତ୍ରୀମାନେ ପତକା ଉତ୍ତୋଳନ କରିବେ । ଗୋଟିଏ ଜିଲ୍ଲାରେ ରାଜସ୍ବ ପର୍ସଦ ସଦସ୍ୟ, 2ଟି ଜିଲ୍ଲାରେ ଆରଡିସି ଏବଂ 11ଟି ସ୍ଥାନରେ ଜିଲ୍ଲପାଳମାନେ ଜାତୀୟ ପତାକା ଉତ୍ତୋଳନ କରି ପ୍ୟାରେଡ ଅଭିବାଦନ ଗ୍ରହଣ କରିବେ । ଏ ସଂପର୍କିତ କାର୍ଯ୍ୟସୂଚୀ ଆଜି ପ୍ରକାଶ ପାଇଛି ।

ବାଲେଶ୍ବରରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ମୟୁରଭଂଜରେ କୃଷି ମନ୍ତ୍ରୀ ମନ୍ତ୍ରୀ ପ୍ରଦୀପ ମହାରଥୀ, ବରଗଡରେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ଉଷା ଦେବୀ, ଯାଜପୁରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ରାୟଗଡାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର, କଳାହାଣ୍ଡିରେ ଜଳସଂପଦ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର, କନ୍ଧମାଳରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଗଂଜାମରେ ରାଜସ୍ବ ମନ୍ତ୍ରୀ ମହେଶ୍ବର ମହାନ୍ତି, କଟକରେ ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା, ଅନୁଗୁଳରେ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, ବଲାଙ୍ଗିରରେ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ବୌଦ୍ଧରେ ଅନୁସୂଚିତ ଜାତି ଜନଜାତି ବିକାଶ ମନ୍ତ୍ରୀ ରମେଶ ମାଝୀ, ପୁରୀରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଦେବଗଡରେ ବୟନ, ହସ୍ତତନ୍ତ ଓ ହସ୍ତଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗୀନି ଛୁରିଆ, ସମ୍ବଲପୁରରେ ପରିବହନ ମନ୍ତ୍ରୀ ଡାକ୍ତର ନୃସିଂହ ସାହୁ, ସୁନ୍ଦରଗଡରେ ଶକ୍ତିମନ୍ତ୍ରୀ ସୁଶାନ୍ତ ସିଂହ, କେନ୍ଦୁଝରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ, ମାଲକାନଗିରି ଜିଲ୍ଲାରେ କ୍ରିଡା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ଜାତୀୟ ପତାକା ଉତ୍ତୋଳନ କରି ପ୍ୟାରେଡ ଅଭିବାଦନ ଗ୍ରହଣ କରିବେ । ସ୍ବାସ୍ଥ୍ୟଗତ କାରଣରୁ ଜଙ୍ଗଲ ଓ ପରିବେଶମନ୍ତ୍ରୀ ବିଜୟଶ୍ରୀ ପତାକା ଉତ୍ତୋଳନ କରିବେ ନାହିଁ ।

ସେହିଭଳି ଢେଙ୍କାନାଳରେ ରାଜସ୍ବ ପର୍ସଦ ସଦସ୍ୟ ଏବଂ ବ୍ରହ୍ମପୁର ଓ ରାଉଲକେଲାରେ ଆରଡିସିମାନେ ପ୍ୟାରେଡ ଅଭିବାଦନ ଗ୍ରହଣ କରିବେ । ଭଦ୍ରକ, ଗଜପତି, ଜଗତସିଂହପୁର, ଝାରସୁଗୁଡା, କେନ୍ଦ୍ରାପଡା, ଖୋର୍ଦ୍ଧା, କୋରାପୁଟ, ନୂଆପଡା, ନବରଙ୍ଗପୁର, ନୟାଗଡ ଓ ସୋନପୁରରେ ଜିଲ୍ଲପାଳମାନେ ଜାତୀୟ ପତାକା ଉତ୍ତୋଳନ କରି ପ୍ୟାରେଡ ଅଭିବାଦନ ନେବେ ।

Share

Leave a Reply

Your email address will not be published. Required fields are marked *

eleven − eleven =