ଗିରଫ ହେଲା ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ କରି ଭିଡିଓ ଉଠାଇଥିବା ଅଭିଯୁକ୍ତ

ଲକ୍ଷ୍ନୌ: କ୍ଷଣିକ ସୁଖ ଲାଗି ମଣିଷ ପାଲଟି ଯାଉଛି ପଶୁ । ସମ୍ପର୍କର ମୋହ ମାୟାକୁ ଭୁଲି କରୁଚି ଅସଦାଚରଣ । ବନ୍ଧୁ ହୋଇ ବନ୍ଧୁକ କରିଛି ଦୁଷ୍କର୍ମ । ଜଣେ ମହିଳାଙ୍କ ଡାକ୍ତରଙ୍କୁଚ ତାଙ୍କର ଜଣେ ପୁରୁଷ ବନ୍ଧୁ ଦୁଷ୍କର୍ମ କରିବା ପରେ ଭିଡିଓ ଭାଇରାଲ କରାଇ ଦେବାର ଧମକ ଦେଇଥିଲା । ଏହି ଅଭିଯୋଗରେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
୨୦୧୯ ମସିହାରେ ଯୁବକଙ୍କ ସହ ମହିଳା ଡାକ୍ତରଙ୍କ ବନ୍ଧୁତା ସୃଷ୍ଟି ହୋଇଥିଲା । ଉଭୟ ପ୍ରତିଦିନ କଥା ବାର୍ତ୍ତା ହେଉଥିଲେ । ତେବେ ମନରେ ଖରାପ ଭାବନା ରଖିଥିବା ଯୁବକ ଜଣକ ଡାକ୍ତରଙ୍କୁ ଏକ ହୋଟେଲକୁ ଡାକିଥିଲେ । ତେବେ ସେଠାରେ ସେ ତାଙ୍କ ସହ ଖରାପ ସମ୍ପର୍କ ରଖିଥିଲେ । ଯାହାର ଭିଡିଓକୁ ସେ ଉଠାଇଥିଲେ । ତେବେ ଏହାକୁ ଭାଇରାଲ କରାଇ ଦେବାକୁ ବାରମ୍ବାର ଦେଉଥିଲେ ଧମକ । ଟଙ୍କା ଦେଲେ ଭିଡିଓ ଡିଲିଟ କରିଦେବା ଲାଗି କହିଥିଲା । ତେବେ ସାହସ କରି ପୋଲିସକୁ କହିବା ପରେ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ।

Share

Leave a Reply

Your email address will not be published. Required fields are marked *

4 − four =