ଅଗଷ୍ଟ ୨୧ରୁ ଆରମ୍ଭ ହେବ କପିଲ ଶର୍ମା ସୋ

ମୁମ୍ବାଇ: ଘଟୁଛି ବହୁ ପ୍ରତିକ୍ଷାର ଅନ୍ତ । ଖୁବଶୀଘ୍ର ଆସୁଛି ବହୁ ଚର୍ଚ୍ଚିତ ଟିଭି ସୋ ଦ କପିଲ ଶର୍ମା ସୋ । ଆସନ୍ତା ଅଗଷ୍ଟ ୨୧ରୁ ଆରମ୍ଭ ହେବାକୁ ଯାଉଛି ଏହି ସୋ । ଏନେଇ ଅଫିସିଆଲ ତରଫରୁ ସୂଚନା ଦିଆଯାଇଛି । ତେବେ ପୁରୁଣା କଳାକାରମାନେ ଏହି ସୋରେ ପୁଣିଥରେ ଝଳସିବେ । ପୂର୍ବରୁ ଗୁଜବ ପ୍ରଚାର ହେଉଥିଲା ଯେ, କିଛି ପୁରୁଣା କଳାକାର ସୋ ଛାଡ଼ିବେ । କିନ୍ତୁ ସମସ୍ତେ ଏହି ସୋରେ ପୁଣିଥରେ ନଜର ଆସିବେ । ତେବେ ପୂର୍ବରୁ କୁହାଯାଇଥିଲା କି, ଜୁଲାଇ ୨୫ରୁ ସୋ ପ୍ରସାରଣ କରାଯିବା ନେଇ ଘୋଷଣା କରାଯାଇଥିଲା । କିନ୍ତୁ ଏବେ ଏହା ଅଗଷ୍ଟ ୨୧ରୁ ଆରମ୍ଭ ହେବ ବୋଲି କୁହାଯାଇଛି ।

Share

Leave a Reply

Your email address will not be published. Required fields are marked *

16 + sixteen =