କଟକ ବଡ ମେଡିକାଲରୁ  ଯୁବକଙ୍କ ମୃତଦେହ ଠାବ

କଟକ:  କଟକ ଏସସିବି ଡାକ୍ତରଖାନା ପରିସରରୁ ଜଣେ  ଅଜଣା ଯୁବକଙ୍କ ରକ୍ତାକ୍ତ ମୃତଦେହ ମିଳିଛି ା  ଯକ୍ଷ୍ମା ୱାର୍ଡ ସମ୍ମୁଖରେ ଥିବା ନିର୍ମାଣାଧୀନ କୋଠାରୁ  ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଥିବା ବେଳେ ମୃତ ଯୁବକଙ୍କ ପରିଚୟ ମିଳିପାରି ନାହିଁ। ମୃତଦେହ ନିକଟରୁ ଯୁବକଙ୍କ ଡ୍ରେସ୍‌ ଓ  ଏକ ମଦ ବୋତଲ ଜବତ କରାଯାଇଛି। ଘଟଣା ସ୍ଥଳରେ ମଙ୍ଗଳାବାଗ ପୁଲିସ୍‌ ପହଞ୍ଚି ଆଖପାଖର ଲୋକ ମାନଙ୍କୁ ପଚରାଉଚରା କରିବା ସହ  ତଦନ୍ତ କାର୍ଯ ଜାରି ରଖିଛି ା

Share

Leave a Reply

Your email address will not be published. Required fields are marked *

18 − three =