କାଲି କଂଗ୍ରେସରେ ମିଶିବେ ସତ୍ୟପ୍ରକାଶ

ରାମମନ୍ଦିରରୁ ବାହାରିବେ ପଦଯାତ୍ରାରେ

ଭୁବନେଶ୍ବର () ଆସନ୍ତାକାଲି କଂଗ୍ରେସରେ ବିଧିବଦ୍ଧ ଭାବେ ଯୋଗ ଦେବେ ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ନାୟକ । ନିକଟରେ ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ସହ ଦିଲ୍ଲୀରେ ଆଲୋଚନା କରି ଫେରିବା ପରେ ଆସନ୍ତାକାଲି ସେ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗ ଦେବେ । ରାମ ମନ୍ଦିର ଛକରୁ ଏକ ବିରାଟ ପଦଯାତ୍ରାରେ ଆସି କଂଗ୍ରେସ ଭବନରେ ପହଁଚିବେ । ଏଆଇସିସି ସୂତ୍ରରୁ ମିଳୁଥିବା ସୂଚନା ଅନୁଯାୟୀ ତାଙ୍କୁ ଦଳର ମୁଖ୍ୟ ମୁଖପାତ୍ର ଭାବେ ଦାୟିତ୍ବ ଦିଆଯିବ ।

Share

Leave a Reply

Your email address will not be published. Required fields are marked *

one × two =