୨୪ ଘଣ୍ଟିଆ କେନ୍ଦ୍ରାପଡା ବନ୍ଦ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସହର ବାହାରେ ସ୍ଥାନାନ୍ତର ହୋଇଥିବାରୁ ଏହାକୁ ବିରୋଧ କରାଯାଉଛି । ପୁରୁଣା ଚିକିତ୍ସାଳୟକୁ ସିଟି ହସ୍ପିଟାଲରେ ପରିଣତ କରିବାକୁ ଦାବି ହୋଇଛି । ବନ୍ଦକୁ ସହରବାସୀ ଓ ସ୍ଥାନୀୟ ଲୋକ ସମର୍ଥନ ଜଣାଇଛନ୍ତି । ବିଭିନ୍ନ ସ୍ଥାନରେ ରାସ୍ତାରୋକ ସହ ପିକେଟିଂ କରାଯାଉଥିବା ଦେଖିବାକୁ ମିଳିଛି । ସେହିପରି କଟକ-ଚାନ୍ଦବାଲି ମୁଖ୍ୟ ରାସ୍ତା ଅବରୋଧ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି । କେନ୍ଦ୍ରାପଡାରେ ୨୪ଘଣ୍ଟିଆ ବନ୍ଦ ପାଳନ । ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବନ୍ଦ ପାଳନ କରାଯାଉଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରକୁ ବିରୋଧ କରି ଏହି ବନ୍ଦ ପାଳନ କରାଯାଉଛି ।

Share

Leave a Reply

Your email address will not be published. Required fields are marked *

1 × 2 =