ଯୁବ କଂଗ୍ରେସ ସଭାପତି ଚୟନକୁ ନେଇ ଛକାପଞ୍ଝା ଚାଲିଛି: ସୁର

ଭୁବନେଶ୍ୱର() ଯୁବ କଂଗ୍ରେସ ସଭାପତି ଚୟନକୁ ନେଇ ଚାଲିଛି ଛକାପଞ୍ଝା । ଗତକାଲି ଯୁବ କଂଗ୍ରେସ ବୈଠକରେ କଂଗ୍ରେସ ଭବନରେ ଦେଖିବାକୁ ମିଳିଥିଲା ହାଇଡ୍ରାମା । କଂଗ୍ରେସର କାର୍ୟ୍ୟକାରୀ ସଭାପତି ଲୋକନାଥ ମହାରଥୀ ସଂଗଠନ ସଜାଡିବାକୁ କେନ୍ଦ୍ରୀୟ ପ୍ରତିନିଧିଙ୍କ ଉପସ୍ଥିତିରେ ବୈଠକ କରୁଥିବାବେଳେ ଆଶାୟୀ ବିଭିନ୍ନ ଗୋଷ୍ଠୀ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ । ପରିସ୍ଥିତି ଏପରି ହୋଇଥିଲା କି ଯୁବ କଂଗ୍ରେସର ସର୍ବଭାରତୀୟ ସାଧାରଣ ସଂପାଦିକା ତଥା ଓଡିଶା ଇନଚାର୍ଜ ପ୍ରତିଭା ରଘୁବଂଶୀ ବୈଠକ ଅଧାରୁ ବାହାରକୁ ଆସି ଯୁବ କଂଗ୍ରେସ କର୍ମୀଙ୍କୁ ବୁଝାସୁଝା କରିବାକୁ ପଡିଥିଲା ।

ସୂଚନା ଅନୁସାରେ ଯୁବ କଂଗ୍ରେସ ସଭାପତି ପଦ ପାଇଁ ୭ ଜଣ ଯୁବ ନେତା ଆଶାୟୀ ଅଛନ୍ତି । ଏଥି ପାଇଁ ସବୁ ଗୋଷ୍ଠୀ କେନ୍ଦ୍ର ନେତୃତ୍ୱ ସମ୍ମୁଖରେ ନିଜର ପତିଆରା ପ୍ରଦର୍ଶନ କରିବାକୁ ପଛାଇ ନାହାନ୍ତି । କିନ୍ତୁ କଂଗ୍ରେସର ଚିରାଚରିତ ଫାଟ ଯୁବ ସଂଗଠନରେ ସ୍ୱଷ୍ଟ ଭାବେ ବାରି ହୋଇପଡୁଛି । ଏହି ଫାଟ ଏଥିପାଇଁ କୁହାଯାଉଛି କାରଣ ଯୁବ କଂଗ୍ରେସକୁ ସଜାଡିବା ଲାଗି ପିସିସି ସଭାପତି ଯୁବ କଂଗ୍ରେସର ୪ ଜଣ ପୂର୍ବତନ ସଭାପତିଙ୍କୁ ନେଇ ଏକ କମିଟି ଗଠନ କରିଥିଲେ ।

ସେପଟେ ପିସିସି ସଭାପତି କହିଛିନ୍ତି ଯୁବ କଂଗ୍ରେସର ପଦାଧିକାରୀ କିଏ ହେବ ସେ ଦାୟିତ୍ୱ କେନ୍ଦ୍ରର । ସେ କମିଟିର ରିପୋର୍ଟ କେବଳ କେନ୍ଦ୍ର ଯୁବ କଂଗ୍ରେସ ଅଧିକାରୀଙ୍କୁ ପଠାଇବେ । ଯାହାକୁ ନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ସୁର ରାଉତରାୟ କହିଲେ ପିସିସି ଓ ଏଆଇସିସି ଭିତରେ ରହୁନି ସମନ୍ୱୟ । ଯୁବ କଂଗ୍ରେସ ସଭାପତି ଚୟନକୁ ନେଇ ଛକାପଞ୍ଝା ଚାଲିଛି ।

Share

Leave a Reply

Your email address will not be published. Required fields are marked *

19 − 15 =