ରସଗୋଲା ପରେ ଛେନାପୋଡ଼

ଭୁବନେଶ୍ବର()  ଓଡ଼ିଶା ରସଗୋଲାକୁ ଜିଆଇ ଟ୍ୟାଗ ମିଳିଲା ପରେ ବର୍ତ୍ତମାନ ଆରିସା, ଛେନାପୋଡ଼, ରସାବଳିର ଆଦି ମିଷ୍ଟାନ୍ନକୁ ବି ଜିଆଇ ମାନ୍ୟତା ମିଳବା ଆବଶ୍ୟକ ବୋଲି ବିଧାନସଭାରେ ଦାବି ହୋଇଛି । ଓଡ଼ିଶା ଠାରୁ ଆଉ କେହି ହକ୍ ଛଡ଼ାଇନେବା ପୂର୍ବରୁ ରାଜ୍ୟ ସରକାର ଏଦିଗରେ ଦୃଷ୍ଟି ଦେବା ଉଚିତ ବୋଲି ଗୃହରେ ଉଭୟ ଶାସକ ଦଳ ଓ ବିରୋଧୀ ଦଳ ବିଧାୟକମାନେ ପରାମର୍ଶ ଦେଇଛନ୍ତି ।

ଓଡ଼ିଶା ରସଗୋଲାକୁ ଜିଆଇ ମାନ୍ୟତା ମିଳିଥିବାରୁ ଗର୍ବିତ ଅନୁଭବ କରୁଥିବା ରାଜ୍ୟ ଏମଏସଏମଇ ମନ୍ତ୍ରୀ ଦିବ୍ୟଶଂକର ମିଶ୍ର କହିଛନ୍ତି । ଏହା ପରେ ଆରିସା, ଛେନାପୋଡ଼, ରସାବଳିକୁ ଜିଆଇ ଟ୍ୟାଗ ପ୍ରଦାନ ପାଇଁ ତଥ୍ୟ ସଂଗ୍ରହ କରାଯିବ । ତଥ୍ୟ ସଂଗ୍ରହ ପରେ ଏହି ସବୁ ପାଇଁ ରାଜ୍ୟ ପକ୍ଷରୁ ଜିଆଇ ମାନ୍ୟତା ଦାବୀ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

fourteen − five =