୬୩ଟି କେନ୍ଦ୍ରରେ କାଉଣ୍ଟିଂ

ଭୁବନେଶ୍ବର()  ଆସନ୍ତା ୨୩ରେ ହେବାକୁ ଥିବା ଭୋଟ ଗଣତି ସଂପର୍କରେ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ରାଜ୍ୟର ୬୩ଟି କେନ୍ଦ୍ରରେ ଭୋଟ ଗଣତି କରାଯିବ ବୋଲି ସିଇଓ ସୁରେନ୍ଦ୍ର କୁମାର କହିଛନ୍ତି । ୬ ହଜାରରୁ ଅଧିକ କର୍ମଚାରୀ ଭୋଟ ଗଣତିରେ ସାମିଲ ହେବେ । ଗତ ଥର ଅପେକ୍ଷା ଚଳିତ ଥର ୧୭୬୧ଟି ବୁଥ ବଢିଛି ।୭ଟି ଲେଖାଁଏ ଟେବୁଲରେ ଭୋଟ ଗଣତି ହେବ । ଗୋଟିଏ ଟେବୁଲରେ ୩ ଜଣ ଲେଖାଁଏ ରହିବ ।

ନିର୍ବାଚନ ଆୟୋଗ କହିଛନ୍ତି କି, ପ୍ରତି ଟେବୁଲରେ ଗୋଟିଏ ମାଇକ୍ରୋ ଅବଜରଭର ନିୟୋଜିତ ହେବେ । ଯଦ୍ୱାରା ଭୋଟ ଗଣତିରେ କୌଣସି ଭୁଲ ଭଟକା ହେବ ନାହିଁ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।

Share

Leave a Reply

Your email address will not be published. Required fields are marked *

6 + 20 =