ବଡମ୍ବା-ନରସିଂହପୁର ଅଂଚଳରେ ବ୍ୟାପୁଛି କିଡନି ରୋଗ

କାର୍ଯ୍ୟକ୍ଷମ ହେବ ଡାଏଲିସିସ୍ ୟୁନିଟ୍ ଏବଂ ଆନାଲାଇଜର

ଭୁବନେଶ୍ବର () କଟକ ଜିଲ୍ଲା ବଡମ୍ବା-ନରସିଂହପୁର ଅଂଚଳରେଦେଖା ଦେଉଥିବା  କିଡନି ରୋଗର ପ୍ରତିକାର ଏବଂ ଚିକିତ୍ସା ଦିଗରେ ସମସ୍ତ ପ୍ରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ । ଖୁବଶୀଘ୍ର ଡାଏଲିସିସ୍ ୟୁନିଟ୍ ଏବଂ ଆନାଲାଇଜର ମେସିନ୍ କାର୍ଯ୍ୟକ୍ଷମ ହେବ । ଏ ନେଇ ଆନୁସଙ୍ଗିକ ବ୍ୟବସ୍ଥା କରାଯିବା ଉପରେ ଗୁରୁତ୍ବାରୋପ କରାଯାଇଛି । ଉକ୍ତ ଅଂଚଳରେ କିଡନି ରୋଗର ପାଦୁର୍ଭାବ ସଂପର୍କରେ ଅନୁଷ୍ଠିତ ବୈଠକରେ ନିଷ୍ପତି ହୋଇଛି ।

ବୈଠକ ବିବରଣୀରୁ ପ୍ରକାଶ କି ୨୦୦୬ ମସିହାରୁ ଏ ପର୍ଯ୍ୟନ୍ତ ନରସିଂହପୁର ବ୍ଲକରେ ୮୪୧ ଜଣ ଏବଂ ବଡମ୍ବା ବ୍ଲକରେ ୩୩୫ ଜଣ କିଡନି ଆକ୍ରାନ୍ତ ରୋଗୀ ଚିକିତ୍ସାଧିନ ଅଛନ୍ତି । ଏହି ଦୁଇ ବ୍ଲକ୍ ର ଗ୍ରାମୱାରୀ ସର୍ଭେ କରାଯାଇ ପ୍ରଶାସନ ତରଫରୁ ଆକ୍ରାନ୍ତମାନଙ୍କୁ  ଚିହ୍ନଟ କାର୍ଡ ପ୍ରଦାନକରାଯାଇଛି । ରୋଗୀଙ୍କୁ ମାଗଣାରେ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି । ନିୟମିତ ବ୍ୟବଧାନରେ ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯାଇ ଲୋକଙ୍କୁ ସଚେତନ ମଧ୍ୟ କରାଯାଉଛି । ପ୍ରତି ବର୍ଷ ଏହି ଦୁଇ ବ୍ଲକରେ କିଡନି ଜନିତ ରୋଗରେ ଆକ୍ରାନ୍ତ ଚିହ୍ନଟ ଚିନ୍ତାର କାରଣ । ଇତିମଧ୍ୟରେ ଜାତୀୟ ଗ୍ରାମୀଣ ସ୍ବାସ୍ଥ ମିଶନ ତରଫରୁ ନରସିଂହପୁର ସି.ଏସ୍.ସି ନିମନ୍ତେ ୩ ଟି ଡାଏଲିସିସ୍ ମେସିନ ବ୍ୟବସ୍ଥା ହୋଇଛି । ଖୁବଶୀଘ୍ର ସେଠାରେ ଡାଏଲିସିସ୍ ୟୁନିଟ୍ କାର୍ଯ୍ୟକ୍ଷମ ହେବା ସହିତ ଆନାଲାଇଜର ମେସିନ୍ ବ୍ୟବସ୍ଥା ହେବ ।

ଉକ୍ତ ଅଂଚଳରେ ନିର୍ଦ୍ଧିଷ୍ଟ କେଉଁ କାରଣରୁ ଲୋକମାନେ କିଡ୍ନିଜନିତ ରୋଗରେ ଆକ୍ରାନ୍ତ ହେଉଛନ୍ତି ଜଣାପଡିନି । ବିଭିନ୍ନ ପରୀକ୍ଷା ନିରୀକ୍ଷା ଚାଲିଛି ଚାଲିଛି । ପ୍ରକୃତ କାରଣ ପାଇଁ ଗବେଷଣା ଜାରିରହିଛି । ପୂର୍ବ ବୈଠକର ନିଷ୍ପତି ଅନୁଯାୟୀ ଡାକ୍ତର ଏବଂ ପାରାମେଡିକ ମାନଙ୍କ ତାଲିମ୍ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଉକ୍ତ ଦୁଇ ବ୍ଲକରେ ୨୭୫ ଜଣ ଗୁରୁତର ଆକ୍ରନ୍ତଙ୍କୁ ଚିକିତ୍ସା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରୁଲିଫ୍ ପାଣ୍ଠିରୁ ୨୬,୦.୦୦୦ଟଙ୍କା ସହାୟତା ଜିଲ୍ଲା ପ୍ରାଶସନ ପ୍ରଦାନ କରିଛି ।

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡାଃ ପ୍ରମୋଦ କୁମାର ମେହେର୍ଦ୍ଦାଙ୍କ ଅଧ୍ୟକ୍ଷତାରେ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉକ୍ତ ବୈଠକରେ ବିଧାୟକ ଦେବୀ ପ୍ରସାଦ ମିଶ୍ର, ରାଜ୍ୟ ମେଡିକାଲ ନିଗମ ଏମ୍.ଡି ଅର୍ଚ୍ଚନା ପଟ୍ଟନାୟକ, କଟକ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ , ଏସ୍ସିବିର ପ୍ରଫେସର ଡାଃ ସି.ଆର୍.କର, ପ୍ରଫେସର ଡାଃ ସି.ଆର୍ ରାଉତ, ଆର୍.ଏମ୍.ଆର୍.ସି ନିର୍ଦ୍ଦେଶିକା ସଂଘମିତ୍ରା ପତି, ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକ ଏବଂ କଟକ ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

4 × one =