ବିଜେଡିର କେନ୍ଦ୍ର ଆଭିମୁଖ୍ୟ ସ୍ପଷ୍ଟ, ଜାଣନ୍ତୁ …

ଭୁବନେଶ୍ବର()   ଆସନ୍ତା ୨୩ ତାରିଖରେ କି ରୂପ ନେବ, ତାହା ଏବେଠାରୁ ଆକଳନ କରିବା ମୁସ୍କିଲ। କିନ୍ତୁ କୌତୂହଳର ଏନଡିଏ ସରକାରକୁ ପୂର୍ଣ୍ଣ ବହୁମତ ମିଳିବ ବୋଲି ପୂର୍ବାନୁମାନ ପରେ ବି ଜାତୀୟ ଗଣମାଧ୍ୟମରେ ଆଞ୍ଚଳିକ ଦଳର ଭୂମିକା ନେଇ ଆଲୋଚନା ଥମୁନି। ବିଜେଡି ଭଳି ରାଜନୈତିକ ଦଳର କେନ୍ଦ୍ରୀୟ ଆଭିମୁଖ୍ୟ ସଂପର୍କରେ ଗଣମାଧ୍ୟମ କଥା ଉଠାଇଲାଣି। ଏଣୁ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ଛଳରେ ବିଜେଡି ତାର କେନ୍ଦ୍ର ଆଭିମୁଖ୍ୟ ସ୍ପଷ୍ଟ କରିଛି। ଦଳର ମୁଖପାତ୍ର ଅମର ପଟ୍ଟନାୟକ କହିଛନ୍ତି, ପୂର୍ବରୁ ମୁଖ୍ୟମନ୍ତ୍ରୀ କହିସାରିଛନ୍ତି ଯେ ଓଡ଼ିଶାକୁ ଯିଏ ସହଯୋଗ କରିବ, ତାକୁ ଦଳ ସମର୍ଥନ ଜଣାଇବାକୁ ଦ୍ବିଧା କରିବ ନାହିଁ।

ଦଳର ମୁଖପାତ୍ର ଶ୍ରୀ ପଟ୍ଟନାୟକ ସହଯୋଗର ସଂଜ୍ଞା ଖୋଲି ଆହୁରି ପାଦେ ଆଗକୁ ଯାଇଛନ୍ତି। କହିଛନ୍ତି, ଓଡ଼ିଶାକୁ ଗତ ଦିନରେ ଉପା ଓ ଏନଡିଏ ସରକାର ଅବହେଳା କରିଛନ୍ତି। ଦୁଇ ଦଶନ୍ଧିର ଦାବି ଯିଏ ପୂରଣ କରିବ, ଏଥର କିନ୍ତୁ ତାକୁ ସମର୍ଥନ କରିପାରେ ବିଜେଡି। ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ କଥା ଏହି ସର୍ତ ମଧ୍ୟରୁ ଗୋଟିଏ। କେବଳ ସେତିକି ନୁହେଁ, କୋଇଲା ରୟାଲଟି ଠାରୁ ଆରମ୍ଭକରି ଓଡ଼ିଶା ସରକାର ଯେଉଁ ସବୁ ଦାବି ରଖିଆସିଛନ୍ତି, ତାକୁ ହାସଲ ପାଇଁ ପଦକ୍ଷେପ ନେବା ସରକାରକୁ ଦଳ ସମର୍ଥନ ଦେବାକୁ ଚାହିଁବ। ଅର୍ଥାତ୍, ନିର୍ବାଚନ ପୂର୍ବରୁ ବିଜେପି ଓ କଂଗ୍ରେସ ମେଣ୍ଟ ଠାରୁ ସମଦୂରତ୍ବ ରହିବା ନିଷ୍ପତ୍ତିରୁ ବିଜେଡି ଏ ପାଳି ଓହରିଯିବା ସମ୍ଭାବନା ଅଧିକ।

ଓଡ଼ିଶାରେ ଭୋଟ ସମୟର ରାଜ୍ୟ ଓ କେନ୍ଦ୍ର ବିଜେପି ନେତାଙ୍କ ଉଗ୍ରତା ଭୋଟ ପରଦିନ ଠାରୁ ନାହିଁ। ବରଂ ଫନି ବିପର୍ୟ୍ୟୟରେ ଦଳ ପ୍ରଶଂସା ଲଦିଛି ଓ ସହଯୋଗର ଚାପରେ ସରକାରଙ୍କୁ ବଳ ଦେଇଛି। ଏପରି କ୍ଷେତ୍ରରେ ୨୩ ତାରିଖରେ ଯଦି ସଂଖ୍ୟାର ଅଭାବ ରହେ, ତେବେ ବିଜେଡି-ବିଜେପି ସଂପର୍କ ପୁଣି ଫେରିବା ସମ୍ଭାବନାକୁ ଏଡାଇ ଦେଇ ହେବନାହିଁ। ଅବଶ୍ୟ କଂଗ୍ରେସ ମଧ୍ୟ ନବୀନ ପଟ୍ଟନାୟକଙ୍କୁ ଆଲାଚନା ପାଇଁ ଆମନ୍ତ୍ରଣ କରିଛି ।

Share

Leave a Reply

Your email address will not be published. Required fields are marked *

five + 2 =