ସରିଛି ରଙ୍ଗର ପର୍ବ ହୋଲି, ଆସିଲା ଦୁଃଖଦ ଖବର

ସରିଛି ରଙ୍ଗର ପର୍ବ ହୋଲି । କିନ୍ତୁ ହୋଲି ପରେ ବିଭିନ୍ନ ସ୍ଥାନରୁ ଆସିଛି ଅଘଟଣର ଖବର । ରାଜ୍ୟର ବିଭିନ୍ନ ସ୍ଥାନରେ ଅଘଟଣ ଘଟି ୫ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । କେନ୍ଦ୍ରାପଡାରେ ଦୁଇଜଣ, ବଲାଙ୍ଗୀର, ସୋର ଓ ଧର୍ମଶାଳାରେ ଜଣେ ଲେଖାଁଏ ପ୍ରାଣ ହରାଇଛନ୍ତି । କଟକ ଚୌଦ୍ୱାରରେ ମହାନଦୀରେ ଗାଧୋଇବା ବେଳେ ଦୁଇ ସାଙ୍ଗ ନୂଆପାଟଣା ଘାଟରେ ବୁଡିବାରୁ ଜଣେ ନିଖୋଜ ଥିବାବେଳେ ଜଣେ ଉଦ୍ଧାର ହୋଇଛନ୍ତି । ନିଖୋଜ ଯୁବକ ନୂଆପାଟଣା ଗାଁର ସଂଜୟ ପରିଡା ବୋଲି ଜଣାଯାଇଛି ।

ସେହିପରି କଟକ ନିଶ୍ଚିନ୍ତକୋଇଲି ବରପଡା ନାଗାମଠର ଚିତ୍ରୋପ୍ତଳା ନଦୀରେ ଗାଧୋଇବା ବେଳେ ପାଣିରେ ବୁଡି ନିଖୋଜ ହୋଇଛନ୍ତି । ନିଖୋଜ ଯୁବକଙ୍କ ନାଁ ରାଜକିଶୋର ସେନାପତି ବୋଲି ବୋଲି ଜଣାପଡିଛି । ହୋଲି ସାରି ରାଜକିଶୋର ଚିତ୍ରୋତ୍ପଳା ନଦୀରେ ଗାଧୋଉଥିବାବେଳେ ପାଣିରେ ବୁଡିଯାଇଥିଲେ । ବଲାଙ୍ଗୀର କନ୍ଧପାଲି ପଡାରେ ପୋଖରୀରେ ଗାଧୋଇଲା ବେଳେ ବୁଡି ଜଣେ ମୃତ ଜଣେ ଗୁରୁତର ।

Share

Leave a Reply

Your email address will not be published. Required fields are marked *

10 + 18 =