ସ୍ୱାମୀକୁ ହତ୍ୟାକଲା ସ୍ତ୍ରୀ

ବାଲେଶ୍ୱର: ସ୍ୱାମୀକୁ ହତ୍ୟା ସ୍ତ୍ରୀ । ଫୁଙ୍କନାଳୀରେ ସ୍ୱାମୀକୁ ବାଡେଇ ବାଡେଇ ମାରିଲା ସ୍ତ୍ରୀ । ନିଜ ନାବାଳିକା ଝିଅକୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରୁଥିବା ବେଳେ ସ୍ୱାମୀଙ୍କୁ ମାରିଛି ସ୍ତ୍ରୀ । ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ତେଣ୍ଡା ଗାଁରୁ ଆସିଛି ଏଭଳି ଖବର । ମୃତକ ହେଲେ ବୁଟୁ ସିଂ । ହତ୍ୟାକରୀ ସ୍ତ୍ରୀ ଗୁରୁବାରୀଙ୍କୁ ପୋଲିସ ଗିରଫ କରି ତଦନ୍ତ ଚଳାଇଛି ।

ମିଳିଥିବା ସୂଚନା ମୁ୍‌ତାବକ, ବୁଟୁ ଶୁକ୍ରବାର ରାତିରେ ମଦ୍ୟପାନ କରି ଘରକୁ ଆସିଥିଲା । ନିଶାଶକ୍ତ ଅବସ୍ଥାରେ ନିଜ ନାବାଳିକା ଝିଅକୁ ଦୁଷ୍କର୍ମ ଉଦ୍ୟମ କରିଥିଲା । ଏଥିରେ ବାଧା ଦେଇଥିଲେ ଗୁରୁବାରୀ । ପ୍ରଥମେ ବଚସା ଓ ପରେ ହାତାହାତି । ଶେଷରେ ଫୁଙ୍‌କନାଳୀରେ ସ୍ୱାମୀକୁ ବାଡେଇ ବାଡେଇ ହତ୍ୟା କଲେ ଗୁରୁବାରୀ । ହତ୍ୟାପରେ ଫେରାର ହୋଇଯାଇଥିଲେ ସେ । ପୋଲିସ ବହୁ ଖୋଜାଖୋଜି କରିବା ପରେ ତାଙ୍କୁ ଗିରଫ କରିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

Share

Leave a Reply

Your email address will not be published. Required fields are marked *

2 × one =