ପାଠ୍ୟପୁସ୍ତକରେ ସୁଦର୍ଶନ

ପୁରୀ()  ବାଲୁକା କଳାକୁ ନେଇ ପ୍ରସିଦ୍ଧି ଲାଭ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ଜଣେ ଶିଳ୍ପୀ ବାଲିକୁ ବି ଜୀବନ୍ତ ଭଳି ରୂପ ଦେଇପାରେ ତାହା ସୁଦର୍ଶନଙ୍କ କଳାରୁ ହିଁ ବାରି ହୋଇଯାଏ। ବାଲିକୁ ନେଇ ସର୍ବଦା ନୂଆ କିଛି କରିବାର ସ୍ବପ୍ନ ଦେଖୁଥିବା ଏହି ବିଶିଷ୍ଟ ବ୍ୟକ୍ତି ଜଣକ ଏବେ ପାଠ୍ୟ ପୁସ୍ତକରେ ସ୍ଥାନ ପାଇଛନ୍ତି। ସିବିଏସ୍ଇ ଷ୍ଟାଣ୍ଡାର୍ଡ-୪ର ଇଂଲିଶ ବହି ବଜ୍ୱାର୍ଡରେ ସୁଦର୍ଶନଙ୍କ ଉପରେ ଏକ ବିଷୟ ‘ଦି ଗ୍ରେଟ୍ ସ୍ୟାଣ୍ଡ୍ ଆର୍ଟିଷ୍ଟ’ ରହିଛି।

ସିବିଏସ୍ଇ ପାଠ୍ୟକ୍ରମରେ ସୁଦର୍ଶନଙ୍କ ଉପରେ ପିଲାଙ୍କୁ ପଢାଯାଉଥିବା ଏହି ବିଷୟରେ ତାଙ୍କ ସଂଘର୍ଷମୟ ଜୀବନୀ, କେମିତି ବାଲୁକା କଳା ଆରମ୍ଭ କଲେ, ଧୀରେ ଧୀରେ ତାଙ୍କ ବାଲୁକା କଳା କିପରି ଦେଶ ବିଦେଶକୁ ବ୍ୟାପିଲା, କେଉଁ କେଉଁ ପ୍ରତିଯୋଗିତାରେ ଭାଗ ନେଇ କ’ଣ ସଫଳତା ପାଇଁଛନ୍ତି ଏବଂ ଦେଶ ବିଦେଶରୁ କ’ଣ କ’ଣ ପୁରସ୍କାର ଏବଂ ସମ୍ମାନ ପାଇଛନ୍ତି ତାହା ସ୍ଥାନିତ ହୋଇଛି।

Share

Leave a Reply

Your email address will not be published. Required fields are marked *

twelve − 4 =