ଜମି ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର() ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ରାଜଧାନୀ ଦିଲ୍ଲୀଠାରେ ସାଂସ୍କୃତିକ କେନ୍ଦ୍ରର ସ୍ଥାନ ଲାଗି ଆବଶ୍ୟକୀୟ ଜମିଯୋଗାଇ ଦେବାକୁ କେନ୍ଦ୍ରକୁଏକ ପତ୍ର ଲେଖିଛନ୍ତି ।

କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ରାଷ୍ଟମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ଏହି ପତ୍ରରେ ଅନୁରୋଧ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର ଜନସାଧାରଣଙ୍କ ଏହା ଏକ ବହୁଦିନର ଦାବୀ ଓ ଦିଲ୍ଲୀ ଠାରେ ଯେଉଁ ପ୍ରବାସୀ ଓଡିଆମାନେ ରହୁଛନ୍ତି ସେମାନେ ସେମାନଙ୍କର କଳା ଉତର୍କଷତା ତଥା ଟାଲେଣ୍ଟ ପ୍ରଦର୍ଶନ କରିବାକୁ ଏହା ଆବଶ୍ୟକ ହେଉଛି ।

‘ ରାଜଧାନୀ ଦିଲ୍ଲୀରେ ଅନେକ ଓଡିଆ ଭାଷାଭାଷୀ ଲୋକ ବସବାସ କରୁଛନ୍ତି । ବିଭିନ୍ନ ସାଂସ୍କୃତିକ ବିଭବତା ମଧ୍ୟରେ ଓଡିଆମାନେ ମଧ୍ୟ ଜାତୀୟସ୍ତରରେ ସାମିଲ ହେବାକୁ ଚାହାନ୍ତି । ଏହି ସାଂସ୍କୃତିକ କେନ୍ଦ୍ର ସ୍ଥାପିତ ହେଲେ ଏହା ଅନେକ ଦେଶୀୟ ତଥା ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରିବ ବୋଲି ନବୀନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

9 − three =