ତୃତୀୟ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ

ବାଲେଶ୍ୱର() ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି । ଉଭୟ ଆସନରେ ବିଜେଡି ଆଗୁଆ ରହିଛି । ତୃତୀୟ ରାଉଣ୍ଡ ସୁଦ୍ଧା ତିର୍ତ୍ତୋଲରେ ବିଜେଡି ୪୪୪୫ ଭୋଟରେ ଆଗୁଆ ରହିଛି । ତୃତୀୟ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ବିଜୟ ଦାସଙ୍କୁ ୧୧,୪୦୪ ଭୋଟ୍, ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ ୬,୯୫୯ ଓ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ମଲ୍ଲିକଙ୍କୁ ୧,୬୭୭ ଭୋଟ୍ ମିଳିଛି ।

ଅନ୍ୟପଟେ ବାଲେଶ୍ୱରରେ ଦ୍ୱିତୀୟ ରାଉଣ୍ଡରେ  ବିଜେଡି ଆଗୁଆ ରହିଛି । ଦ୍ୱିତୀୟ ରାଉଣ୍ଡ ସୁଦ୍ଧା ବାଲେଶ୍ୱରରେ ବିଜେଡି ୧୦୫୮ ଭୋଟରେ ଆଗୁଆ ରହିଛି । ଦ୍ୱିତୀୟ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କୁ ୭୦୯୬, ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କୁ ୬୦୪୨ ଓ କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁଙ୍କୁ ୫୨୩ ଭୋଟ୍ ମିଳିଛି ।

Share

Leave a Reply

Your email address will not be published. Required fields are marked *

ten − five =